ଦାଗି ନେତାଙ୍କୁ ପାର୍ଟି ଅଧ୍ୟକ୍ଷ କରିବାରେ ରୋକ୍ ନାହିଁ : କେନ୍ଦ୍ର ସରକାର

0
877
sc
sc

ନୂଆଦିଲ୍ଲୀ : ରାଜନୈତିକ ଦଳଙ୍କୁ ନିଜର ପଦାଧିକାରୀ ଚୟନ କରିବାର ଅଧିକାର ରହିଛି। ଦାଗି ନେତାଙ୍କୁ ପାର୍ଟି ଅଧ୍ୟକ୍ଷ କରିବାରେ ରୋକ୍ ନାହିଁ । ସୁପ୍ରିମକୋର୍ଟର ନିର୍ଣ୍ଣୟ ପୂର୍ବରୁ ଏହି ମାମଲାରେ କେନ୍ଦ୍ର ସରକାର ଆଗୁଆ ନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ଏକ ରାୟ ରଖିଛନ୍ତି। କୌଣସି ରାଜନୈତିକ ଦଳର କୌଣସି ନେତା ଦୋଷୀ ସାବ୍ୟସ୍ତ  ହେଲେ ତାଙ୍କୁ ମହତ୍ଵପୂର୍ଣ୍ଣ ପଦ ଦିଆଯିବ କି ନାହିଁ ଏହାକୁ ନେଇ ସୁପ୍ରିମକୋର୍ଟରେ  ଓକିଲ ଅଶ୍ଵିନି କୁମାର  ଉପାଧ୍ୟାୟ ଜନସ୍ଵାର୍ଥ ମାମଲା ଦାୟର କରିଛନ୍ତି।  ମାତ୍ର ସୁପ୍ରିମକୋର୍ଟର ନିର୍ଣ୍ଣୟ ପୂର୍ବରୁ ଏହି ମାମଲାରେ କେନ୍ଦ୍ର ସରକାର ଆଗୁଆ ନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି।

କେନ୍ଦ୍ର ସରକାରଙ୍କ କହିବା କଥା ବର୍ତ୍ତମାନ ନିୟମରେ ସଂଶୋଧନ ପାଇଁ କୋର୍ଟ ପକ୍ଷରୁ ସରକାରଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। କେନ୍ଦ୍ରର ଏହା ମଧ୍ୟ କହିବା କଥା ଯେ ନିର୍ବାଚନ ଆୟୋଗ ପାଖରେ ଏମିତି ମଧ୍ୟ ଶକ୍ତି ନାହିଁ ଯେଉଁଥିରେ ଦଳର ମୁଖିଆ ଦୋଷୀ  ସାବ୍ୟସ୍ତ ହେଲେ କୌଣସି ପାର୍ଟିର ପଞ୍ଜିକରଣକୁ ରଦ୍ଦ କରି ପାରିବ।

ସୁପ୍ରିମକୋର୍ଟ ପୂର୍ବରୁ କହି ସାରିଛି ଯେ କୌଣସି ଅପରାଧୀ କିମ୍ବା ଭ୍ରଷ୍ଟ ବ୍ୟକ୍ତିଙ୍କୁ କୌଣସି ରାଜନୈତିକ ଦଳର ନେତୃତ୍ଵ ନେବା ଗଣତନ୍ତ୍ରର ସିଦ୍ଧାନ୍ତ ବିରୋଧରେ। କାରଣ ଏମିତି ବ୍ୟକ୍ତିଙ୍କ ପାଖରେ ପ୍ରାର୍ଥୀ ଚୟନ କରିବାର ଅଧିକାର ରହିଥାଏ। ଏହା ପୂର୍ବରୁ  କୋର୍ଟ ନିଜ ଟିପ୍ପଣୀରେ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ଲୋକଙ୍କ ପକ୍ଷରୁ ରାଜନୈତିକ ଦଳ ଗଠନ ଉପରେ ରୋକ ଲଗାଇବା ଉଚିତ୍। ଏଥିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ରହିଥିବା ଭିକେ ଶଶିକଳାଙ୍କ ପରି ନେତାଙ୍କ ଉପରେ ଏହାର ପ୍ରଭାବ ପଡିପାରେ।

କେନ୍ଦ୍ର ସରକାର ପକ୍ଷରୁ ଦଲିଲ୍ ଦିଆଯାଉଛି ଯେ ନିର୍ବାଚନରେ ସୁଧାର ଆଣିବା ଏକ ଲମ୍ବା ପ୍ରକ୍ରିୟା। କୌଣସି ପ୍ରକାରର ସଂଶୋଧନ ଆଣିବା ପୂର୍ବରୁ  ବିଧି ଆୟୋଗର ସୁପାରିଶ ଜରୁରୀ ହୋଇଥାଏ।  ଏମିତି ସ୍ଥିତିରେ ରାଜନୈତିକ ଦଳଙ୍କୁ ନିଜର ପଦାଧିକାରୀ ଚୟନ କରିବାର ଅଧିକାର ରହିଛି।  ଉଲ୍ଲେଖଯୋଗ୍ୟ ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏମିତି ଅଭିଯୁକ୍ତି ଲୋକଙ୍କୁ କୌଣସି ପାର୍ଟିରେ ମହତ୍ଵପୂର୍ଣ୍ଣ ପଦ ସମ୍ଭାଳିବା ଉପରେ ପ୍ରଶ୍ନ ଉଠାଇଥିଲେ।