ଦିଲ୍ଲୀପ ତିର୍କୀ ହେଲେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ

0
689
dillip tirkey
dillip tirkey
ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ନିର୍ଦ୍ଦେଶକ ଭାବେ   ଦିଲ୍ଲୀପ ତିର୍କୀଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ତିର୍କୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ।
ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ଓଡିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ତିର୍କୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର କେହି ଅଧ୍ୟକ୍ଷ ନ ଥିଲେ । ବିଜେଡି ନେତା ନରେନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟ ସରକାର ଓଟିଡିସିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ । ମାତ୍ର ସେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ଖାଲି ପଡ଼ି ଥିଲା। ନିକଟରେ ରାଜ୍ୟସଭାର ସାଂସଦ ଭାବେ ଦିଲ୍ଲୀପ ତିର୍କୀଙ୍କର କାର୍ଯ୍ୟାଳୟ ଶେଷ ହୋଇଥିଲା । ତେଣୁ ତାଙ୍କୁ ରାଜ୍ୟସରକାର ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।