ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ନିର୍ମାଣ ହେବ ସୁପର ଏକ୍ସପ୍ରେସ୍‌ ହାଇେଓ୍ଵ : ଲାଗିବ ୧୨ ଘଣ୍ଟା

0
924
super express highway
super express highway

ନୂଆଦିଲ୍ଲୀ : ଦିଲ୍ଲୀରୁ  ମୁମ୍ବାଇ ମଧ୍ୟରେ ନିର୍ମାଣ ହେବ ସୁପର ଏକ୍ସପ୍ରେସ୍‌ ହାଇେଓ୍ଵ ।  ଏହି ରାସ୍ତାରେ କାରରେ ଯାଉଥିବା ଲୋକ ୨୪ ଘଣ୍ଟା ସ୍ଥାନରେ ୧୨ ଘଣ୍ଟାରେ ପହଞ୍ଚି ପାରିବେ।

କେନ୍ଦ୍ର ସରକାର ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ନୂଆଁ ସୁପର ଏକ୍ସପ୍ରେସ ହଇେଓ୍ଵ ନିର୍ମାଣ କରିବେ। ଏହି ରାସ୍ତା ନିର୍ମାଣ ହେବା ପରେ ଉଭୟ ମହାନଗର ମଧ୍ୟରେ କାରରେ ଯାଉଥିବା ଲୋକ ୨୪ ଘଣ୍ଟା ସ୍ଥାନରେ ୧୨ ଘଣ୍ଟାରେ ପହଞ୍ଚି ପାରିବେ। କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇେଓ୍ଵ ପାଇଁ ସଂମ୍ପୂର୍ଣ୍ଣ ରୂପେ ନୂଆଁ ରାସ୍ତା ନିର୍ଦ୍ଧାରଣ କରାଯିବ। ଏଲାଇନମେଣ୍ଟ ସିଧା ହେବା ଦ୍ୱାରା ୧୨୦ କିଲୋମିଟର ରାସ୍ତା କମିଯିବ। ଏହା ଦ୍ୱାରା ଖର୍ଚ୍ଚ ମଧ୍ୟ କମିଯିବ।  ପଛୁଆ ଅଞ୍ଚଳରେ ଶସ୍ତାରେ ଜମି ମିଳୁଥିବାରୁ ଭୂମି ଅଧିଗ୍ରହଣରେ କମ ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ଦେଶରେ ଯେତେଗୁଡ଼ିଏ ଜାତୀୟ ରାଜପଥ ନିର୍ମାଣ ହେଉଛି, ଜମିଅଧିଗ୍ରହଣରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଉଦାହରଣ ଭାବରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସକୁ ନିଆଯାଇ ପାରିବ। ଏଥି ରାଜପଥର ଜମି ଅଧିଗ୍ରହଣ ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସଡ଼କ ନିର୍ମାଣରେ ୫୦୦୦ ଟଙ୍କା ଖର୍ଚ୍ଚ ହେଉଛି।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇେଓ୍ଵ ରାଜସ୍ଥାନର ଜୟପରୁ ଓ ଗୁଜରାଟର ଭଦୋଦରା ନିକଟ ଦେଇ ଯିବ। ବର୍ତ୍ତମାନ ଭଦୋଦରା-ମୁମ୍ବାଇ ରାସ୍ତା ପାଇଁ ଟେଣ୍ଡର ଜାରି କରି ଦିଆଯାଇଛି। ଏଥିରେ ୪୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।