ଦୁଇ ଜଣ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

0
913
house
house
ବରଗଡ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜଳସେଚନ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି।
ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବରଗଡ଼ ଜିଲ୍ଲାର ଜଳସେଚନ ବିଭାଗର ଦୁଇ ଜଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଉଭୟଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ଦୁଇ ଯନ୍ତ୍ରୀ ହେଲେ ଘନଶ୍ୟାମ ସେଠ୍ ଓ ରସାନନ୍ଦ ମାଝୀ।  ସୂତ୍ରରୁ ପ୍ରକାଶ, ରେଙ୍ଗାଲି କେନାଲ ସବଡିଭିଜନ୍ ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠଙ୍କ ବରଗଡ଼ ବନ୍ଧୁଟିକ୍ରା ସ୍ଥିତ ନିଜସ୍ୱ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରିଛି। ଭିଜିଲାନ୍ସର ୫ଟି ଟିମ୍ ରେଡ଼ କରିବା ସହ ତଦନ୍ତ ଜାରି ରଖିଛି। ସେହିପରି ଭବାନୀପାଟଣା ରେତ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ରସାନନ୍ଦଙ୍କ ଘର ସହ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ ଚଢଉ କରିଛନ୍ତି। ଜିଲ୍ଲାର ଶିବାନନ୍ଦନଗର ସ୍ଥିତ ବାସଭବନ, ଶିବନନ୍ଦ ନଗର ଓ ବାନ୍ଦୁଟିକ୍ରା ଭଡାଘର ସମେତ ୫ଟି ସ୍ଥାନରେ ରେଡ୍ କରାଯାଇଛି। ଉଭୟଙ୍କ ମୋଟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ବରଗଡ଼ ଭିଜିଲାନ୍ସ ବିଭାଗ । ଚଢ଼ାଉ ଜାରି ରହିଥିବାରୁ ସମ୍ପତିର ସମ୍ପୂର୍ଣ୍ଣ ଆକଳନ ହୋଇପାରିନାହିଁ।