ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

0
766
bike accident
bike accident

ଭୁବନେଶ୍ୱର : ଏକ ବାଇକ୍‌ ଓ ଟାଟା ମ୍ୟାଜିକ୍‌ ମଧ୍ୟରେ ଧକ୍କା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ଲଖନପୁର ବ୍ଲକର ଦଲଗାଁର ବିରଞ୍ଚି ଭଟେଇଙ୍କ ପତ୍ନୀ ତରୁଲତା ଓ ତାଙ୍କ ପୁଅ ଅଂଶୁମାନ। ଦୁର୍ଘଟଣାରେ ବିରଞ୍ଚି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂହା ପଞ୍ଚାୟତର ଭୋଇମୁଣ୍ଡା ଠାରେ ଏକ ବାଇକ୍‌ ଓ ଟାଟା ମ୍ୟାଜିକ୍‌ ମଧ୍ୟରେ ଧକ୍କା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ବିରଞ୍ଚି ଏକ ବାଇକ୍‌ରେ ପତ୍ନୀ ଓ ପୁଅ, ଝିଅଙ୍କୁ ନେଇ ଯାଉଥିବା ବେଳେ ଭୋଇମୁଣ୍ଡା ପାଖରେ ଏକ ଟାଟା ମ୍ୟାଜିକ୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ମଣ୍ଡଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତରୁଲତା ଏବଂ ଏବଂ ଅଂଶୁମାନଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ଅବସ୍ଥାରେ ବିରଞ୍ଚି ଓ ତାଙ୍କ ଝିଅକୁ ବୁର୍ଲାକୁ ସ୍ଥାନାନ୍ତରଣ କରିରାଯାଇଛି।