ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ସହାୟତା

0
810
accidental death fund
accidental death fund
ଭୁବନେଶ୍ୱର  : ରାଜ୍ୟ ସରକାର  ସଡ଼କ ଦୁର୍ଘଟଣା କ୍ଷତିପୂରଣ ପାଣ୍ଠି ଗଠନ କରିଛନ୍ତି । ଏହି ପାଣ୍ଠିରୁ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ।
ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ କମିଟିର ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏକ କ୍ଷତିପୂରଣ ପାଣ୍ଠି ଗଢିଛନ୍ତି । ଏଥିରେ ୧କୋଟି ଟଙ୍କାର ପାଣ୍ଠି ଗଠନ ହେବ । ଏହି ପାଣ୍ଠିରୁ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ । ପରିବହନ କମିଶନରଙ୍କୁ ଦାବୀ ବନ୍ଦୋବସ୍ତ ଅଧିକାରୀ ଓ ଆରଟିଓଙ୍କୁ ଦାବୀ ଅନୁସନ୍ଧାନକାରୀ ଅଧିକାରୀ ଭାବେ ଚୟନ କରାଯାଇଛି । ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ଓ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ଦୁର୍ଘଟଣା ଘଟିବାର ୬ମାସ ମଧ୍ୟରେ ଏଥିପାଇଁ ଆବେଦନ କରାଯିବ । ଦୁର୍ଘଟଣାଗ୍ରସ୍ତ ପ୍ରଥମେ ଏ ସଂପର୍କରେ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବେ । ଆବେଦନ ପତ୍ର ପାଇବା ପରେ ଆରଟିଓ ଏତଲାର ନକଲ, ଇନକ୍ୱେଷ୍ଟ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସନ୍ଧାନ ରିପୋର୍ଟ ଆଧାରରେ ଦୁର୍ଘଟଣାର ତଦନ୍ତ କରିବେ, ଏବଂ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ । ଯଦି ମୃତାହତଙ୍କ କ୍ଷେତ୍ରରେ କୌଣସି ଦୁର୍ଘଟଣା ବୀମା ମିଳେ ତେବେ ସରକାରଙ୍କ କ୍ଷତିପୂରଣ ପାଣ୍ଠିରୁ ନେଇଥିବା ଅର୍ଥ ପରିବହନ କମିଶନରଙ୍କୁ ଫେରାଇବାକୁ ହେବ ।