ନୂଆଦିଲ୍ଲୀ : ଲାଲୁଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଡୁମକା କୋଷାଗାର ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲ୍ ସହ ୩୦ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ। ଗୋଖାଦ୍ୟ ଦୁର୍ନୀତି ଏବଂ ଡୁମକା କୋଷାଗାରରୁ ଠକେଇ ଅଭିଯୋଗରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଏନେଇ ଗତ ୧୯ ତାରିଖରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗ ଥିଲା। ଏହି ମାମଲାରେ ଲାଲୁଙ୍କ ସହିତ ମୋଟ ୧୮ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଲେ ଏହି ମାମଲାରେ ୧୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ନିର୍ଦ୍ଦୋଷଙ୍କ ମଧ୍ୟରେ ଅଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର। ୧୯୯୫ରୁ ୧୯୯୬ ଭିତରେ ଡୁମକା ଟ୍ରେଜେରୀରୁ ବେଆଇନ ଭାବେ ୩ କୋଟି ୭୬ ଲକ୍ଷ ଟଙ୍କା ଉଠା ଯାଇଥିଲା। ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦଙ୍କ ନାଁରେ ୫ଟି ମାମଲା ଅଛି। ଡୁମକା ମାମଲାକୁ ମିଶାଇ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ। ଦୁଇଟି ଭିନ୍ନ ଭିନ୍ନ ଚାଇଁବସା ଟ୍ରେଜେରୀ ମାମଲାରେ ତାଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଦେଓଧର ଟ୍ରେଜେରୀ ମାମଲାରେ ଲାଲୁଙ୍କୁ ହୋଇଛି ସାଢ଼େ ତିନି ବର୍ଷ ଜେଲ ଦଣ୍ଡାଦେଶ। ୨୦୧୭ ଡିସେମ୍ବର ୩ ତାରିଖରୁ ଲାଲୁ ଜେଲ୍ରେ ଅଛନ୍ତି। ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...