ଦୁଷ୍କର୍ମ ଅଭିଯୋଗ : ୩ ସିଆରପିଏଫ ଯବାନ ନିଲମ୍ବିତ

0
822
rape victim
rape victim

ଜମ୍ମୁ : ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ଜଣ ସିଆରପିଏଫ୍‌ ଯବାନ ନିଲମ୍ବନ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଓ ଘଟଣାର ତଦନ୍ତ ଚାଲିଛି।

କ୍ୟାମ୍ପ ପରିସରରେ ଜଣେ ୨୪ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ଜଣ ସିଆରପିଏଫ୍‌ ଯବାନ ନିଲମ୍ବନ ହୋଇଛନ୍ତି। ସିଆରପିଏଫ୍‌ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ରବିବାର ଏହି ସୂଚନା ଦେଇିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ପ୍ରସ୍ତୁତ କରିଛନ୍ତି ଓ ଘଟଣାକୁ ପୋଲିସ କିମ୍ବା ଅନ୍ୟ ଆଗରେ ପ୍ରକାଶ କଲେ ତାହାକୁ ସୋସିଆଲ ମିଡିଆରେ ପ୍ରକାଶ କରିବାକୁ ଚେତାବନୀ ଦେଇଛନ୍ତି। ପୁଞ୍ଛ ଅଞ୍ଚଳର ମହିଳା ଜଣକ ଦୋମାନା ଥାନାରେ ଶନିବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ଅଭିଯୁକ୍ତ ସିଆରପିଏଫ ଯବାନମାନେ କ୍ୟାମ୍ପ ଭିତରକୁ ଉଠାଇ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ମାର୍ଚ୍ଚ ୧୦ରେ ଦୁଷ୍କର୍ମ କରିଥିଲା ବୋଲି ପୋଲିସ କହିଛି।

ସେ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ବସ୍‌ରୁ ଓହ୍ଲାଇବା ପରେ ମୁଁ ଜଣେ ସମ୍ପର୍କୀୟ ଘରକୁ ଯାଉଥିଲି। ଅଧ ଘଣ୍ଟା ପରେ ୩ଜଣ ସିଆରପିଏଫ ଯବାନ ଆସି ମୋତେ କ୍ୟାମ୍ପ ଭିତରକୁ ଉଠାଇ ନେଇଥିଲେ। ମତେ ସାହାଯ୍ୟ ଦେବା ବଦଳରେ ସେମାନେ କ୍ୟାମ୍ପ ଭିତରେ ଦୁଷ୍କର୍ମ କରିଥିଲେ।  ଜଣେ ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ଅଭିଯୋଗ ଅନୁସାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଓ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ନେଇ ସିଆରପିଏଫ୍‌ ମୁଖପାତ୍ର ଆଶିଷ କୁମାର ଝା କହିଛନ୍ତି ତନ୍ତରେ ପୋଲିସ ସମ୍ପୁର୍ଣ୍ଣ ସହଯୋଗ କରିବ । ଗତ ମାର୍ଚ୍ଚ ୧୦ ରାତି ପ୍ରାୟ ୧୦ଟାରେ ଜଣେ ଯୁବତୀ ଓ ୨ଜଣ ସିଆରପିଏଫ ଯବାନଙ୍କୁ ସିଆରପିଏଫର ଗ୍ରୁପ ସେଣ୍ଟରସ୍ଥିତ ବନ୍ତଳାବ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା।