ଦୁଷ୍ମର୍ମକାରୀଙ୍କୁ ନପୁସଂକ କରିବା ଉଚିତ : ସୁବ୍ରମଣିୟମ ସ୍ୱାମୀ

0
914
subramanyam swami
subramanyam swami
ନୂଆଦିଲ୍ଲୀ:  ନାବାଳିକା ଦୁଷ୍ମର୍ମକାରୀଙ୍କୁ ନପୁସଂକ କରିବା ଉଚିତ ବୋଲି କହିଛନ୍ତି  ସୁବ୍ରମଣିୟମ ସ୍ୱାମୀ । ସ୍ୱାମୀ କହିଥିଲେ ଯେ, ଏହି ସବୁ ମାମଲାରେ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ ନୁହେଁ ଦୁଷ୍କର୍ମ କରଥିବା ଲୋକକୁ ବନ୍ଧ୍ୟା କରଣ ମଧ୍ୟ କରିବା ଦରକାର । ଯେ, କି ଭବିଷ୍ୟତରେ ମଧ୍ୟ ଏଭଳି ଜଘନ୍ୟ ଅପରାଧ କରିବାକୁ ଚିନ୍ତା ମଧ୍ୟ କରିବ ନାହିଁ ।

 ନାବାଳିକା ସହିତ ଦୁଷ୍କର୍ମ କରିବା ଲୋକକୁ ଭାଜପା ନେତୃତରେ ଥିବା କେନ୍ଦ୍ର ସରକାର ମୃତ୍ୟୁ ଦଣ୍ଡ ଦେବା ପାଇଁ ନୁଆ ନିୟମ ବାହାର କରିଛି, କିନ୍ତୁ ଭାଜପାର ହିଁ ସାଂସଦ ସୁବ୍ରମଣିୟମ ସ୍ୱାମୀଙ୍କ କହିବା କଥା ଯେ, ମୃତ୍ୟୁଦଣ୍ଡ ପ୍ରର୍ଯ୍ୟାପ୍ତ ନୁହେଁ କାହିଁକି ନା ଏପରି କାର୍ଯ୍ୟ କରିଥିବା ଲୋକକୁ ସର୍ଜରୀ କରି ତାକୁ ନପୁସଂକ କରିଦେବା ଦରକାର । ସ୍ୱାମୀ ୧୯୮୪ ମସହାରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଭାରତୀୟ ସେନାର ଅପରେସନ ବ୍ଲୁଷ୍ଟାର ଚଲାଇବାକୁ ମଧ୍ୟ ଐତିହାସିକ ଭୂଲ ସାବ୍ୟସ୍ତ କରିଥିଲେ ।  ସୁବ୍ରମଣ୍ୟୟମ ସ୍ୱାମୀଙ୍କୁ ମିଡିଆରେ ପଚରା ଯାଇଥିଲା କି ନାବାଳିକା ଝିଅ ସହିତ ଦୁଷ୍କର୍ମ ହୋଇଥିବା ଚର୍ଚ୍ଚି ଘଟଣା ସହିତ ଦେଶରେ ବିଭିନ୍ନ ସ୍ଥାନରେ ହୋଇଥିବା ଦୁଷ୍କର୍ମ ଖବରକୁ ନେଇ କରାଯାଇଥିବା ପ୍ରଶ୍ନରେ ସ୍ୱାମୀ ଉତର ଦେଇଥିଲେ ଯେ, ଏହି ସବୁ ମାମଲାରେ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ ନୁହେଁ ଦୁଷ୍କର୍ମ କରଥିବା ଲୋକକୁ ବନ୍ଧ୍ୟା କରଣ ମଧ୍ୟ କରିବା ଦରକାର । ଯେ, କି ଭବିଷ୍ୟତରେ ମଧ୍ୟ ଏଭଳି ଜଘନ୍ୟ ଅପରାଧ କରିବାକୁ ଚିନ୍ତା ମଧ୍ୟ କରିବ ନାହିଁ ।