ଦୂତିଙ୍କ ପାଇଁ ବଢୁଛି କମନୱେଲ୍ସ ଗେମ ଚିନ୍ତା

0
1016

ଭୁବନେଶ୍ୱର: ନ୍ୟାସନାଲ୍‌ ଚାମ୍ପିୟନ ଦୁତିଙ୍କ ପାଇଁ ବଢିପାରେ କମନୱେଲ୍ସ ଗେମ ଚିନ୍ତା। ଜାତୀୟ ଗଣମାଧ୍ୟମରେ ଏବେ ଦୁତି ଚାନ୍ଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗମୀ କମନୱେଲ୍ସ ଗେମକୁ ନଜରରେ ରଖି ଟିମ୍‌ ଚୟନ ପାଇଁ ପ୍ରତିଯୋଗୀଙ୍କ ଯୋଗ୍ୟତା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଏଏଫ୍‌ଆଇ କହିଛି। ଏଥିରେ ଦୁତିଙ୍କ ପାଇଁ ମୁସ୍କିଲ ବଢ଼ିପରେ। କାରଣ ନିକଟରେ ଦୁତିଙ୍କ ପ୍ରଦର୍ଶନରେ ଅବନତି ଘଟିଛି। ଏଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ସିଲେକ୍ସନ୍‌ ପ୍ୟାନେଲ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଖେଳାଯିବାକୁ ଥିବା କମନୱେଲ୍ସ ଗେମ ପାଇଁ ଖେଳାଳି ଚୟନ କରାଯିବ। ସେ କହିଛନ୍ତି ଦୁତିଙ୍କ କଥା ଏଥିରେ ବିଚାର କରିବା ବହୁତ ମସ୍କିଲ ହେବ। ପ୍ୟାନେଲ୍‌ ଦୁତିଙ୍କୁ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରିବାକୁ ଯାଉଛନ୍ତି ଯେ ଯେଉଁ କାରଣ ପାଇଁ ୨୦୧୪ରେ ତାଙ୍କୁ କମନୱେଲ୍ସ ଗେମରୁ ବାହାର ହେବାକୁ ପଡ଼ିଥିଲା ପୁଣିଥିରେ ୪ ବର୍ଷ ପରେ ସେହି ପ୍ରତିଯୋଗିତାରେ ତାଙ୍କୁ ସ୍ଥାନ ମିଳିବା ଦରକାର କି ନୁହେଁ। ଅନ୍ୟପଟେ ଦୁତି ଏହି ପ୍ରତିଯୋଗିତା ପାଇଁ ଆଶାବାଦୀ ଅଛନ୍ତି। ଦୁତି କହିଛନ୍ତି ଗ୍ଲୋସଗୋ ଖେଳ ବେଳେ ତାଙ୍କ ସହ ଯାହା ହୋଇଥିଲା ତାହା ସେ ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି। ସେ ଜାଣିଛନ୍ତିକମନୱେଲ୍ସ ଗେମ ପାଇଁ କ୍ୱାଲିଫିକେସନ ମାର୍କ ଠାରୁ ତାଙ୍କ ପ୍ରଦର୍ଶନ ବହୁ ପଛରେ ଅଛି। ତଥାବି ତାଙ୍କୁ ଆଶା ଅଛି ଯେ ତାଙ୍କ ନାଁରେ ଚର୍ଚ୍ଚା ହେବ। କାରଣ ନିକଟରେ ସେ ପଟିଆଲାରେ ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ଏଠାରେ ଉଲ୍ଲେଖ ଥାଉକି, ଗ୍ଲାସଗୋ କମନୱେଲ୍ସ ଗେମରେ ୪ବର୍ଷ ପୂର୍ବେ ଭାରତୀୟ ଆଥଲେଟ୍‌ ଦୁତି ଚାନ୍ଦ ଜେଣ୍ଡର୍‌ ଟେଷ୍ଟରେ ଫେଲ୍‌ ହେବା କାରଣରୁ ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ।