ଇସଲାମାବାଦ: ପାକିସ୍ତାନର ବିଶେଷ ପ୍ରାଧିକରଣ ପୂର୍ବତନ ଏକଛତ୍ରବାଦ ଶାସକ ପରଭେଜ ମୁଶାରଫଙ୍କୁ ଗିରଫ କରିବାର ଆଦେଶ ଜାରି କରିଛନ୍ତି। ଦେଶଦ୍ରୋହ ମାମଲାରେ ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ ୭୩ ବର୍ଷୀୟ ମୁଶାରଫ ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା, ସମ୍ବିଧାନର ମାନ୍ୟତାକୁ ରଦ୍ଦ କରିବା ଏବଂ ଦେଶଦ୍ରୋହ ସମେତ ଅନେକ ମାମଲାର ଅଭିଯୁକ୍ତ। କୋର୍ଟ ମୁଶାରଫଙ୍କୁ ଅପରାଧୀ ଘୋଷଣା କରି ତାଙ୍କର ସମସ୍ତ ସଂପତ୍ତିକୁ ଜବତ କରିବାକୁ ମଧ୍ୟ ଆଦେଶ ଜାରି କରିଛନ୍ତି। ଏଠାରେ କହି ରଖୁଛୁ ଯେ ୧୯୯୯ରେ ନଓ୍ଵାଜ ସରିଫଙ୍କ ସରକାରକୁ କ୍ଷମତାରୁ ବେଦଖଲ କରି ମୁଶାରଫ ସୈନ୍ୟ ଶାସନ ଲାଗୁ କରିଥିଲେ। ଏହା ପରେ ଦେଶର ଶାସନଭାର ନିଜର ନିୟନ୍ତ୍ରଣକୁ ନେଇ ଆସିଥିଲେ। କିଛି ବର୍ଷ ପର୍ୟ୍ୟନ୍ତ ସୈନ୍ୟ ପ୍ରଶାସକ ରହିବା ପରେ ମୁଶାରଫ ନିଜକୁ ଦେଶର ମୁଖ୍ୟ କାର୍ୟ୍ୟକାରୀ ଘୋଷିତ କରିଥିଲେ। ଚାରିଆଡୁ ସମାଲୋଚନାର ଶୀକାର ହେବା ପରେ ମୁଶାରଫ ସମସ୍ତ କ୍ଷମତାକୁ ନିଜର ନିୟନ୍ତ୍ରଣରେ ରଖିବା ପାଇଁ ସମ୍ବିଧାନରେ ପରିବର୍ତ୍ତନ କରିଥିଲେ। ଏହା ସହିତ ରାଷ୍ଟ୍ରପତିକୁ ସର୍ବଶକ୍ତିମାନ କରିବା ପାଇଁ ସମ୍ବିଧାନରେ ସଂଶୋଧନ ମଧ୍ୟ କରିଥିଲେ ଏବଂ ନିଜେ ଏହି ପଦରେ ଅଧିଷ୍ଠିତ ହୋଇଗଲେ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...