ପୁରୀ: ଶ୍ରୀ ଜିଉଙ୍କ ଶୃଙ୍ଖଳିତ ପୂଜା ନିମନ୍ତେ ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତି ଗ୍ରହଣ କରିଛନ୍ତି । ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜିର ମେଣ୍ଢା ପୋଡ଼ି ନୀତି ଏବଂ ଆସନ୍ତାକାଲିର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଗତକାଲି ସନ୍ଧ୍ୟାରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମେଣ୍ଢା ପୋଡ଼ି ପାଇଁ ଆଜି ଭୋର ୫ ଟାରେ ଦ୍ୱାର ଖୋଲିଛି। ବିଳମ୍ବିତ ରାତି ଗୋଟାଏରେ ପହଡ଼ ନୀତି ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି।