ଦ୍ୱିତୀୟ ବିବାହ କଲେ ହିମେଶ

0
1002
himesh-lsonia kapoor
himesh-lsonia kapoor

ମୁମ୍ବାଇ : ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ନିଜ ଗାର୍ଲଫ୍ରେଣ୍ଡ ସୋନିଆ କପୁରଙ୍କୁ ବିବାହ କରିଛନ୍ତି ହିମେଶ । ଏହା ହିମେଶଙ୍କ ଦ୍ୱିତୀୟ ବିବାହ । ଗତ ବର୍ଷ ହିମେଶ ନିଜ ସ୍ତ୍ରୀ କୋମଲଙ୍କୁ ତଲାକ ଦେଇଥିଲେ ।
ସେନାମ କପୁର ଓ ନେହା ଧୁପିଆଙ୍କ ପରେ ବର୍ତମାନ ବଲିଉଡର ସିଙ୍ଗିଙ୍ଗ ଷ୍ଟାର ହିମେଶ ରେଶମିୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ହିମେଶ ନିଜ ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ସୋନିଆ କପୁରଙ୍କୁ ବିବାହ କରିଛନ୍ତି । ସୋନିଆ ଏକ ଟିଭି ଅଭିନେତ୍ରୀ ଅଟନ୍ତି । ଏହି ବିବାହ ଗୁଜୁରାଟ ରୀତି ନୀତିରେ ଅନୁଷ୍ଠିତ ହୋଇଛି । ହିମେଶ ଏବଂ ସୋନିଆ ଦୀର୍ଘ ୧୦ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଗତ ବର୍ଷ ହିମେଶ ନିଜ ସ୍ତ୍ରୀ କୋମଲଙ୍କୁ ୨୨ ବର୍ଷ ପରେ ତଲାକ ଦେଇଥିଲେ ।

ବିବାହରେ ହିମେଶଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ସ୍ୱୟଂ ମଧ୍ୟ ଉପସ୍ଥିତ ଥିଲା । ଏହି ବିବାହ କିଛି ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ହୋଇଥିଲା । ସୋନିଆ ନିଜ କ୍ୟାରିୟର ଆରମ୍ଭ ଏକ ଫାଇନାନ୍ସର ସେକ୍ରେଟେରୀ ଭାବେ କରିଥିଲେ । ସେନିଆ ହିମେଶଙ୍କ ପ୍ରଥମ ପତ୍ନୀ କୋମଲଙ୍କ ଭଲ ବନ୍ଧୁ ଅଟନ୍ତି । ସେନିଆଙ୍କ ଘର ସେହି ବିଲ୍ଡିଂ ଯେଉଁ ବିଲ୍ଡିଂରେ କି ହିମେଶ ରୁହନ୍ତି । ଆଗରୁ ହିମେଶ ଓ ସୋନିଆଙ୍କୁ ବହୁତ ଗୁଡିଏ ଇଭେଂଟରେ ଦେଖିବାକୁ ମିଳିଛି ।