ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ

0
1001

ବାରିପଦା, ୨୭ ଜୁନ୍(ହି.ସ.) – ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱପ୍ରସିଦ୍ଧ । ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ମହାପ୍ରଭୁଙ୍କର ସାନ୍ନିଧ୍ୟଲାଭ ବଡ଼ଦାଣ୍ଡରେ ହିଁ ସମସ୍ତ ଭକ୍ତଙ୍କୁ ମିଳିଥାଏ, ଯାହା ଶ୍ରୀମନ୍ଦିର ମଧ୍ୟରେ ସମ୍ଭବ ହୋଇପାରି ନଥାଏ । ଭକ୍ତମାନେ ବଡ଼ଦାଣ୍ଡରେ ରଥ ଉପରେ ଯେଉଁ ପୁରୁଷୋତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି । ସେ ହେଉଛନ୍ତି ବାମନ ରୂପୀ ଲୀଳାମୟ ସ୍ୱୟଂ ନାରାୟଣ । ଯାହାଙ୍କୁ ଦର୍ଶନକଲେ ପୁର୍ନଜନ୍ମ ଲାଭ ହୋଇନହୋଇ ମୋକ୍ଷପ୍ରାପ୍ତି ହେଉଥିବାର ଶାସ୍ତ୍ରରେ ଉଲ୍ଲେଖ ରହିଛି– “ଦୋଳେ ଚ ଦୋଳଗୋବିନ୍ଦଂ, ଚାପେ ଚ ମଧୁସୂଦନମ୍ । ରଥେତୁବାମନଂ ଦୃଷ୍ଟା ପୁର୍ନଜନ୍ମଂ ନ ବିଦ୍ୟତେ ।”