ଯାଜପୁର : ଏକ କାର୍ ଟ୍ରକକୁ ଧକ୍କା ଦେବାରୁ ଜଳିଗଲା ଉଭୟ ଗାଡ଼ି। ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି। ଗାଡ଼ିରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ଧକ୍କା ହେବା ପରେ ଜଳିଗଲା କାର୍ ସହ ଟ୍ରକ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ। କଟକରୁ ବାଲେଶ୍ୱର ଯାଉଥିବା ଏକ କାର୍ ମୂଳାପାଳ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେବାରୁ ଉଭୟ ଗାଡ଼ି ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ପୂର୍ବରୁ ଗାଡ଼ି ଭିତରେ ଥିବା ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି। ଗାଡ଼ିରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।