ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

0
786

ରାଉରକେଲା : ରାଉରକେଲା ବିସ୍ରା ଥାନା ଅନ୍ତର୍ଗତ ବାଗଡ଼େଗା ଛକରେ ଜଣେ ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ୟବସାୟୀଙ୍କୁ ଗୁଳି କରିଥିଲେ। ଗୁଳିମାଡ ପଛରେ ପିଏଲଏଫଆଇର ହାତ ଥିବା ନେଇ ସନ୍ଦେହ କରାଯାଉଛି । ହତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡରେ ମୃତ ଧାନ ବ୍ୟବସାୟୀ ହେଉଛନ୍ତି ହରିଦର୍ଶନ ସାହୁ ।