ନକଲି ତେଲ କାରଖାନା ଠାବ : ୨ ଅଟକ

0
802
fake oil seized
fake oil seized
କଟକ : ତେଲ ଅପମିଶ୍ରିତ ହେଉଥିବା ଅଭିଯୋଗରେ ଆଜି ପୋଲିସ ଖାନନଗର ନୂଆସାହିରେ ଚଢଉ କରିଛି। ତେଲ ଗୋଦାମରୁ ୩୦୦ ଟିଣ ଅପମିଶ୍ରିତ ତେଲ ଜବତ କରିବା ସହ ବିଭିନ୍ନ ବ୍ରାଣ୍ଡର ପଲିଥିନ ସମେତ ଯନ୍ତ୍ରାଂଶ ଜବତ କରାଯାଇଛି।
କଟକ ଖାନନଗର ନୂଆସାହିରେ ଦୀର୍ଘଦିନ ଧରି ତେଲ ଅପମିଶ୍ରିତ ହେଉଥିବା ଅଭିଯୋଗରେ ଆଜି ପୋଲିସ ସେଠାରେ ଚଢଉ କରିଛି। ତେଲ ଗୋଦାମରୁ ୩୦୦ ଟିଣ ଅପମିଶ୍ରିତ ତେଲ ଜବତ କରିବା ସହ ବିଭିନ୍ନ ବ୍ରାଣ୍ଡର ପଲିଥିନ ସମେତ ଯନ୍ତ୍ରାଂଶ ଜବତ କରାଯାଇଛି।  ଦୀର୍ଘଦିନ ଧରି ଏହି ଗୋଦାମରେ ନକଲି ତେଲ ଚାଲାଣ ହେବା ଅଭିଯୋଗକୁ ଆଧାର କରି ଆଜି ବାଦାମବାଡି ପୋଲିସ ଚଢଉ କରିଥିଲା । ପୋଲିସ ସେଠାରୁ ତେଲ ଟିଣ ଜବତ କରିବା ସହ ଏହି କାମରେ ସଂପୃକ୍ତି ନେଇ ୨ ଜଣଙ୍କୁ ଥାନାରେ ଅଟକ ରଖିଛି।