ନକଲି ନୋଟ ଜବତ: ୩ ଗିରଫ

0
1011
fake notes
fake notes
ସୁବର୍ଣ୍ଣପୁର : ଜାଲ ନୋଟ ରାକେଟକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪୨ ହଜାର ୫ଶହ ଟଙ୍କିଆ ନକଲି ନୋଟ୍‌ ଜବତ କରିଛି।
ରାଜ୍ୟରେ ପୁଣି ଥରେ ଠାବ ହୋଇଛି ଜାଲ ନୋଟ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ପୋଲିସ ଶୁକ୍ରବାର ସଂବୋଧିତ ଏକ ରାକେଟକୁ ଧରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪୨ ହଜାର ୫ଶହ ଟଙ୍କିଆ ନକଲି ନୋଟ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଞ୍ଜିତ ନାଏକ, ଗୁଡଭେଲିପଦରର ରାଜେଶ କୁମାର ସାହୁ ଓ ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାମାନନ୍ଦ ପ୍ରଧାନ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୪ ତାରିଖ ଦିନ ୪ ଜଣ ଯୁବକ ଠେଙ୍ଗୋ ଅଞ୍ଚଳରୁ ୪ଟି ଛେଳି କିଣି ୪ ଜଣଙ୍କୁ ୪୨ ହଜାର ଟଙ୍କା ଦେଇଥିଲେ। ଏହା ପରେ ବିକ୍ରେତାମାନେ ଟଙ୍କା ନେଇ ଦୋକାନକୁ ଯିବାରୁ ସମସ୍ତ ଟଙ୍କା ନକଲି ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ସମାନେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଭିତ୍ତିରେ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ବିକ୍ରେତାଙ୍କ ଠାରୁ ସମସ୍ତ ୪୨ ହଜାର ନକଲି ନୋଟ୍‌ ଜବତ କରିଛି। ଜାଲ ନୋଟ କାରବାରର ଲିଙ୍କ୍ ନେଇ ପୋଲିସ ଖୋଳତାଡ କରୁଛି।