ନଭେମ୍ବରରେ ଦୀପିକା-ରଣବୀରଙ୍କ ବାହାଘର

0
884
ranveer-deepika
ranveer-deepika
ମୁମ୍ବାଇ :  ଆସନ୍ତା ନଭେମ୍ବର ମାସରେ ରଣବୀର ଓ ଦୀପିକା ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ପ୍ରକାଶ ପାଇଛି । ଏକ ଇଂରାଜୀ ୱେବ୍‌ ସାଇଡ଼୍‌ରେ ପ୍ରକାଶ ପାଇଥିବା ଖବର ଅନୁସାରେ ଦୁଇ ଜଣ ନଭେମ୍ବର ୧୮-୨୦ରେ ବିବାହ କରିପାରନ୍ତି ।

 ପ୍ରଥମେ ଅନୁଷ୍କା, ସୋନମ୍‌ ଏବଂ ତା ପରେ ନେହା ଧୂପିୟା ହାତକୁ ଦୁଇ ହାତ ହୋଇଛନ୍ତି । ଏବେ  ଏଥିରେ ଦୀପିକା  ଯୋଡ଼ି ହେବାକୁ ଯାଉଛନ୍ତି  । ଆଉ ଦୁଇ ଜଣ ପ୍ରେମୀ ଯୁଗଳ ହେଉଛନ୍ତି ରଣବୀର ଓ ଦୀପିକା । ଏହି ଦୁଇ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଖୁବ୍‌ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଆସନ୍ତା ନଭେମ୍ବର ମାସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ପ୍ରକାଶ ପାଇଛି ।  ଏକ ଇଂରାଜୀ ୱେବ୍‌ ସାଇଡ଼୍‌ରେ ପ୍ରକାଶ ପାଇଥିବା ଖବର ଅନୁସାରେ ଦୁଇ ଜଣ ନଭେମ୍ବର ୧୮-୨୦ରେ ବିବାହ କରିପାରନ୍ତି । ବାହାଘର ମାୟାନଗରୀ ମୁମ୍ବାଇରେ ହେବ । କିନ୍ତୁ ଦୁଇ ଜଣ ବିବାହକୁ ନେଇ କିଛି ମୁହଁ ଖୋଲୁ ନାହାଁନ୍ତି ।  ଉଭୟଙ୍କ ପରିବାର ଲୋକ ବିବାହ ତାରିଖ ନେଇ ଆଲୋଚନା କରିଛନ୍ତି । ଏମିତିକି ଦୀପିକାଙ୍କ ଟିମ୍‌କୁ ଛୁଟି ପାଇଁ ମନା କରି ଦିଆଯାଇଛି । ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ଛୁଟି ମିଳିବ ନାହିଁ । ନିକଟରେ ଦୁଇ ଜଣ ଘର ଖୋଜୁ ଥିବାରୁ ମଧ୍ୟ ଜଣାପଡ଼ିଥିଲା ।