ନାଗ ଅଟକାଇଲା ବିମାନ

0
751
snake stopped flight
snake stopped flight
ଭୁବନେଶ୍ୱର :  ନାଗ ପାଇଁ ଅଟକିଲା ବିମାନ। ଭୁବନେଶ୍ୱର ବିମାନ ବନ୍ଦର ରନୱେରେ ନାଗ ଅଟକାଇଲା ବିମାନ । ସାପକୁ ଧରାଯିବା ପରେ ସଙ୍କଟ ଟଳିଥିଲା ।

 ସାପ ପାଇଁ ଅଟକିଲା ବିମାନ । ପୁରା ୭ ମିନିଟ ଧରି ଏଭଳି ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ବିମାନ ବନ୍ଦର ରନୱେରେ । ପାର୍କିଂ ପାଇଁ ଆସୁଥିବା ବିମାନ ସାପ ପାଇଁ ରନୱେରେ ଠିଆ ହେବାକୁ ପଡ଼ିଲା । ସାପକୁ ଧରାଯିବା ପରେ ସଙ୍କଟ ଟଳିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଶନିବାର ରାତି ୮.୨୦ରେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିଥିଲା ଭିସ୍ତାରା ଏୟାର ଲାଇନ୍ସର ବିମାନ ଅବତରଣ କରୁଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ରନୱେରୁ ପାର୍କିଂ ସ୍ଥଳକୁ ବିମାନଟି ଆସୁଥିବାବେଳେ ନାଗ ସାପଟିଏ ବୁଲୁଥିବା ଦେଖାଯାଇଥିଲା । କର୍ମଚାରୀମାନେ ବିମାନକୁ ଅଟକାଇ ସାପଟିକୁ ଉଦ୍ଧାର କରିବାକୁ ପ୍ରାଥମିକତା ଦେଇଥିଲେ । ସାପଟି ଧରିବା ପରେ ବିମାନଟି ପାର୍କିଂ ସ୍ଥଳକୁ ଆସିଥିଲା । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ବହୁବାର ନାଗ ସାପ, ବିଲୁଆ ଓ ପକ୍ଷୀମାନଙ୍କ ପାଇଁ ବିମାନ ଅଟକିଥିବାର ନଜିର ରହିଛି । ବିମାନ ବନ୍ଦର ପାଶ୍ୱର୍ବର୍ତ୍ତି ଅଂଚଳ ଗୁଡ଼ିକରେ ମାଛ ମାଂସ ବିକ୍ରୀକୁ ରୋକି ହେଉନଥିବାରୁ ଅନେକ ସମୟରେ ପକ୍ଷୀ ଉଡ଼ି ବୁଲୁଥିବାବେଳେ ଅରମା ଲଟା ବୁଦା ସାପମାନଙ୍କ ଅଭୟାରଣ୍ୟ ହୋଇରହିଛି । ଏବେ ସାପମାନଙ୍କ ଅଣ୍ଡାଦାନ ଋତୁ ହୋଇଥିବାରୁ ସାପଙ୍କ ବିଚରଣ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ।