ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ : ଏସଆଇ ଗିରଫ

0
923

ଭୁବନେଶ୍ୱର: ବାଦାମବାଡି ଥାନା ଏଏସଆଇ କୃଷ୍ଣଚନ୍ଦ୍ର ଜେନା ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ସାଲେପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି। kcjଆଇନର ରକ୍ଷା କର୍ତା ସାଜି ଦେଶରୁ ଅରାଜକତାକୁ ହଟାଇବାର ସଂକଳ୍ପ ନେଇଥିବା ଦେଶର ରକ୍ଷକ ଆଜି ଭକ୍ଷକ ସାଜିଛନ୍ତି ।

DXl5N6PXkAAbKdC

ଗତକାଲି ରାତିରେ ତାଙ୍କ ସାଲେପୁର ବାସଭବନରୁ ଗିରଫ କରିଛି ପୋଲିସ । ଆଜି କୃଷ୍ଣଚନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ତେବେ କୃଷ୍ଣଚନ୍ଦ୍ରଙ୍କର ସାଲେପୁର ସ୍ଥିତ ବାସଭବନରେ ଏହି ନାବାଳିକାଙ୍କ ପରିବାର ଭଡାରେ ରହୁଥିବା ଜଣାପଡିଛି । ତିନି ଦିନ ତଳେ କୃଷ୍ଣଚନ୍ଦ୍ର ଏହି ୧୨ ବର୍ଷୀୟ ନାବାଳିକାକୁ ଅସଦାଚରଣ କରିଥିଲେ । ଅସଦାଚରଣ ନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ ଆଣିବା ପରେ ଗତକାଲି ପୋଲିସ ତାଙ୍କୁ ଗିରଫ କରିଛି ।