ନାବାଳିକା ଦୁଷ୍କର୍ମ ମାମଲାର ତ୍ୱରିତ ଶୁଣାଣି ପାଇଁ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0
894
supreme-court
supreme-court
ନୂଆଦିଲ୍ଲୀ  :  ଦେଶରେ ଥିବା ସମସ୍ତ ହାଇକୋର୍ଟକୁ ବଳତ୍କାର ମାମଲାର  ସ୍ପେଶାଲ କୋର୍ଟରେ  ତ୍ୱରିତ ଶୁଣାଣି ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ଦିନକୁ ଦିନ ବଢି ଚାଲିଥିବା ଦୁଷ୍କର୍ମ ଘଟଣାକୁ ଗୁରୁତର ସହକାରେ ନେଇଛନ୍ତି । ଏହା ସହ ଆଜି ଦେଶରେ ଥିବା ସମସ୍ତ ହାଇକୋର୍ଟକୁ ବଳତ୍କାର ମାମଲାର  ସ୍ପେଶାଲ କୋର୍ଟରେ  ତ୍ୱରିତ ଶୁଣାଣି ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ  ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ପୋକ୍ସୋ ଆକ୍ଟର ଶୁଣାଣିରେ ବିଳମ୍ବ ନକରି ବିନା କାରଣରେ ମନଇଛା ତାରିଖ ଘୋଷଣା କରିବାରୁ ବିରତ ରୁହନ୍ତୁ ବୋଲି ହାଇକୋର୍ଟକୁ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଖାନବିଲକର ଏବଂ ଜଷ୍ଟିସ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ବିଚାରକରି କହିଛନ୍ତି କି, ନାବାଳିକାଙ୍କ ସହ ଦୁଷ୍କର୍ମ  ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଦରକାର ପଡିଲେ ୩ ଜଣିଆ ଖଣ୍ଡପୀଠ ମଧ୍ୟ ଗଠନ କରିପାରିବେ ।

ସୂଚନାଯୋଗ୍ୟ କି, କେନ୍ଦ୍ର କ୍ୟାବିନେଟ୍ ପୋକ୍ସୋ ଆଇନରେ ସଂଶୋଧନ କରିବା ସହ ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହ ହେଉଥିବା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଅଧ୍ୟାଦେଶରେ ମୋହର ମାରିଥିଲେ । ସୁପ୍ରିମକୋର୍ଟର ଓକିଲ ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟାବର କୋର୍ଟ ଏହା କହିଛନ୍ତି । ସେ ଦିଲ୍ଲୀର ଶୁଭାଷ ପ୍ଲେସରେ ଏକ ଆଠ ମାସର ନାବାଳିକାକୁ ଜାନୁଆରୀ ୨୮ ତାରିଖରେ ହୋଇଥିବା ଦୁଷ୍କର୍ମକୁ ନେଇ ପିଆଇଏଲ ଦାୟର କରିଥିଲେ ।