ନାଭିଗେସନ ସ୍ୟାଟଲାଇଟ ଆଇଆରଏନଏସଏସ-୧ଆଇର ଉତକ୍ଷେପଣ

0
841
irnss-1i navigation satellite
irnss-1i navigation satellite

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉପଗ୍ରହକୁ ପିଏସଏଲଭି-ସି ୪୧ରକେଟ ଜରିଆରେ  ନାଭିଗେସନ ସ୍ୟାଟଲାଇଟ ‘ଆଇଆରଏନଏସଏସ-୧ଆଇ’ର ଉଦକ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ।

ଯୋଗାଯୋଗ ଉପଗ୍ରହ ‘ଜିସ୍ୟାଟ-୬ଏ’ର ବିଫଳ ପରେ ବି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଗୁରୁବାର ନାଭିଗେସନ ସ୍ୟାଟଲାଇଟ ‘ଆଇଆରଏନଏସଏସ-୧ଆଇ’ର ଉଦକ୍ଷେପଣ କରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉପଗ୍ରହକୁ ପିଏସଏଲଭି-ସି ୪୧ରକେଟ ଜରିଆରେ ସକାଳ ୪ଟା ୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଏଫଏଲପିରୁ ଲଞ୍ଚ କରିଛି । ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ସିବନ ଜାତୀୟ ଗଣମାଧ୍ୟମକୁ କହିଥିଲେ, ଜିସ୍ୟାଟ-୬ଏ ଭଳି ଆଗାମୀ ଦିନରେ ଉତକ୍ଷେପଣ ହେବାକୁ ଥିବା ଆଇଆରଏନଏସଏସ-୧ଆଇ ପ୍ରଭାବିତ ହେବ ନାହିଁ । ଦ୍ୱିତୀୟ ଦଳ ଏହାକୁ ଉତକ୍ଷେପଣ ପାଇଁ ବ୍ୟସ୍ତ ଅଛନ୍ତି ବୋଲି ଇସ୍ରୋ ସୂତ୍ରରୁ ଜଣାପଡ଼ିଛି । ଆଇଆରଏନଏସଏସ-୧ଆଇ ଶ୍ରୀହରିକୋଟାସ୍ଥିତ ପିଏସଏଲଭି-ସି୪୧ ଉତକ୍ଷେପଣ ହୋଇଛି । ଏହା ହେଉଛିଆଇଆରଏନଏସଏସ-୧ଏ (ଦୁଇ ବର୍ଷ ତଳେ କାମ କରିବା ବନ୍ଦ କରି ଦେଇଥିଲା)ର ଅନ୍ୟତମ ସଂସ୍କରଣ ।

ଆଇଆରଏନଏସଏସ-୧ଆଇ ୬୦୦ କିଲୋ ନେଇ ମହାକାଶକୁ ଯାଇଛି । ଏଥିରେ ୭ଟି ସ୍ୟାଟଲାଇଟ ଖଞ୍ଜାଯାଇଛି । ଏହାର କାର୍ଯକାଳ ୧୦ ବର୍ଷ ରହିବ ବୋଲି ଇସ୍ରୋ କହିଛି । ଆମେରିକାର ଜିପିଏସର କ୍ଷୁଦ୍ରତମ ସଂସ୍କରଣ ସାତଟି ନାଭିଗେସନ ସିଷ୍ଟମ ଏଥିରେ ଲାଗିଛି । ଗତ ବର୍ଷ ଅଗଷ୍ଟ ୩୧ରେ ଇସ୍ରୋଆଇଆରଏନଏସଏସ-୧ଏଚ ଉତକ୍ଷେପଣ କରିବାକୁ ଉଦ୍ୟମ କରିଥିଲା କିନ୍ତୁ କିଛି ସମସ୍ୟା ଯୋଗୁଁ ଏହା ହୋଇ ପାରି ନ ଥିଲା ।