ନାଳକୁ ଖସିଲା ବରଯାତ୍ରୀ ଗାଡ଼ି, ୩୦ ମୃତ

0
872
gujurat
gujurat

ଭାବାନଗର : ଗୁଜୁରାଟର ଭାବାନଗର ଜିଲ୍ଲାରେ ମଙ୍ଗଳବାର ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କ ଜୀବନ ଯାଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ମଙ୍ଗଳବାର ସକାଳୁ ଏକ ବରଯାତ୍ରୀ ଦଳ ଟ୍ରକରେ ବସି ଭାବାନଗର-ରାଜକୋଟ ଜାତୀୟ ରାଜପଥରେ ଯାଉଥିବାବେଳେ ଟ୍ରକଟି ଉମରାଲା ନିକଟରେ ଏକ ନାଳକୁ ଖସି ପଡ଼ିଥିଲା । ଟ୍ରକଟିରେ ୬୦ ଜଣ ବରଯାତ୍ରୀ ଥିବାର ଜଣାପଡ଼ିଛି । ମୃତାହତଙ୍କ ମଧ୍ୟରୁ ଅନେକ ଶିଶୁ ଓ ମହିଳା ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା କୁହାଯାଉଛି ।