ନିଖୋଜ ହୋଇଗଲା ଜିଏସ୍‌ଏଟି- ୬ଏ ଉପଗ୍ରହ

0
936
gsat 6a
gsat 6a

ବେଙ୍ଗାଲୁରୁ: ଜିଏସ୍‌ଏଟି-୬ଏ ଉପଗ୍ରହ ସହ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋର ବୈଜ୍ଞାନିକମାନେ ଉପଗ୍ରହ ସହ ଯୋଗଯୋଗ ସ୍ଥାପନ କରିବା ପାଇଁ ଉଦ୍ଦ୍ୟମ ଜାରି ରଖିଛନ୍ତି।

ସାମରିକ ପ୍ରୟୋଗ ତଥା ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ସହ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଗୁରୁବାର ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିବା ଜିଏସ୍‌ଏଟି-୬ଏ ଉପଗ୍ରହ ସହ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଉତ୍‌କ୍ଷେପଣର ମାତ୍ର ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଇସ୍ରୋ ଏହି ବିଫଳାତାର ସାମନା କରିଛି। ଇସ୍ରୋ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଶନିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିବା ଜିଏସ୍‌ଏଟି-୬ଏ ଉପଗ୍ରହ ସହ ଇସ୍ରୋର ଯୋଗାଯୋଗ ଅତୁଟ ରହିଥିଲା। ଶୁକ୍ରବାର ପୂର୍ବାହ୍ନ ୯ଟା ୨୨ମିନିଟ ସମୟରେ ଉପଗ୍ରହଟି ପ୍ରଥମ ଅର୍‌ବିଟ୍‌ ରାଇଜିଙ୍ଗ୍‌ ଅପରେସନ୍‌ ସଫଳତା ପୂର୍ବକ ସଂପନ୍ନ କରିଥିଲା। ପରେ, ଦ୍ୱିତୀୟ ଅରବିଟ୍‌-ରାଇଜିଙ୍ଗ୍‌ ଅପରେସନ୍‌ ପାଇଁ ଏକ୍ସର୍ସାଇଜ୍‌ ଆରମ୍ଭ ହୋଇଥିଲା। ଯୋଜନା ଅନୁସାରେ ଲିକୁଇଡ୍‌ ଆପୋଜି ମୋଟର ଇଞ୍ଜିିନ୍‌ ଠିକ୍‌ ଭାବେ କାର୍ଯ୍ୟ କରିବା ସହ ଠିକ୍‌ ଫାୟାରିଙ୍ଗ୍‌ ମଧ୍ୟ କରୁଥିଲା।

କିନ୍ତୁ, ଦ୍ୱିତୀୟ ଅରବିଟ୍‌-ରାଇଜିଙ୍ଗ୍‌ ଅପରେସନ୍‌ ଶନିବାର ପୂର୍ବାହ୍ନ ୧୦ଟା ୫୧ ମିନିଟରେ ଶେଷ ହୋଇଥାଆନ୍ତା। ମାତ୍ର ଦ୍ୱିତୀୟ ଅରବିଟ୍‌-ରାଇଜିଙ୍ଗ୍‌ ଅପରେସନ୍‌ ପାଇଁ ଏକ୍ସର୍ସାଇଜ୍‌ ଆରମ୍ଭ ପାଇଁ ଏକ୍ସର୍ସାଇଜ୍‌ ଆରମ୍ଭ ମାତ୍ର କିଛି ମୁହୂର୍ତ୍ତ ପରେ ଉପଗ୍ରହ ସହ ଇସ୍ରୋର ଯୋଗାଯୋଗରେ କିଛି ତ୍ରୁଟି ଦେଖାଗଲା। ତଥାପି ଜିଏସ୍‌ଏଟି-୬ଏ ଉପଗ୍ରହ ଦ୍ୱିତୀୟ ଅରବିଟ୍‌-ରାଇଜିଙ୍ଗ୍‌ ଅପରେସନ୍‌କୁ ମାର୍ଚ୍ଚ ୩୧ ତାରିଖ ପୂର୍ବାହ୍ନରେ ସଫଳତା ପୂର୍ବକ ସଂପନ୍ନ କରିଥିଲା। ଏବଂ ଏହାପରେ ଅପ୍ରେଲ ୧ ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ଫାୟାରିଂ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଜିଏସ୍‌ଏଟି- ୬ଏ ଉପଗ୍ରହ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତଥାପି ଇସ୍ରୋର ବୈଜ୍ଞାନିକମାନେ ଉପଗ୍ରହ ସହ ଯୋଗଯୋଗ ସ୍ଥାପନ କରିବା ପାଇଁ ଉଦ୍ଦ୍ୟମ ଜାରି ରଖିଛନ୍ତି। ଇସ୍ରୋର ଅଧ୍ୟକ୍ଷ କେ ଶିବନ ନିଜେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି, ଏବଂ ଉପଗ୍ରହ ସହ ପୁନଃ ଯୋଗାଯୋଗ ସ୍ଥାପନ ନେଇ ଆଶାବାଦୀ ଅଛନ୍ତି।