ନିଦାହାସ ଟାଇଟଲ : ବାଂଲାଦେଶକୁ ୪ ଓ୍ଵିକେଟରେ ହରାଇ ଜିତିଲା ଭାରତ

0
830
indian team
indian team

କଲମ୍ବୋ : ଭାରତୀୟ ଦଳ ନିଦାହାସ ଟାଇଟଲ ଜିତିବାରେ ସଫଳ ହୋଇଛି।  ନିଦହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ନିର୍ଣ୍ଣାୟକ ଅତି ରୋମାଞ୍ଚକର  ମୁକାବିଲାରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୬ ରନ ଓ  ଦିନେଶ କାର୍ତ୍ତିକଙ୍କ ଅବିଶ୍ଵସନୀୟ ପାଳି ବଳରେ ବାଂଲାଦେଶକୁ ୫ ଓ୍ଵିକେଟରେ ପରାସ୍ତ କରି ଚମ୍ପିଆନ ହୋଇଛି।  ପାଳିର ଅନ୍ତିମ ବଲରେ ଜିତିବାକୁ ୫ ରନ ଥିଲା ଏବଂ ଦିନେଶ କାର୍ତ୍ତିକ ସୌମ୍ୟ ସରକାରଙ୍କ ବଲରେ ଛକା ମାରି ମ୍ୟାଚକୁ ଶେଷ କରିଥିଲେ। ବିଶେଷ କରି ଶେଷ ୨ ଓଭରରେ ଭାରତକୁ ଜିତିବାକୁ ୩୪ ରନ ଦରକାର ଥିବା ବେଳେ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୯ ତମ ଓଭରରୁ ୨୨ ରନ ଏବଂ ଶେଷ ଓଭରରୁ ୧୨ ରନ ସଂଗ୍ରହ କରି ବିଜୟୀ ହୋଇଛି।

ଏହି ରୋମାଞ୍ଚକର ମୁକାବିଲାରେ ବାଂଲାଦେଶ ଦ୍ଵାରା ଧାର୍ୟ୍ୟ ୧୬୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ  ଓଭରରେ ୫ ଓ୍ଵିକେଟ ହରାଇ ହାସଲ କରି ନେଇଛି। ବିଶେଷ କରି ଦିନେଶ କାର୍ତ୍ତିକଙ୍କ ଚିତ୍ତାକର୍ଷକ  ୮ଟି ବଲରୁ ୨୯ ରନ ବଳରେ ଭାରତ ନିଦାହାସ ଟାଇଟଲ ଜିତିବାରେ ସଫଳ ହୋଇଛି। ଏହା ସହିତ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ରୋହିତଙ୍କ ଅଧିନାୟକତ୍ଵରେ ଭାରତୀୟ ଯୁବ ବାହିନୀ ଏହି  ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ସବିର ରେହମାନଙ୍କ ୭୭ ରନ ବଳରେ ବାଂଲଦେଶ ୮ ଓ୍ଵିକେଟ୍ ହରାଇ ୧୬୬ ରନ କରିଥିଲା।

୧୬୭ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳର ଦୁଇ ଓପନର ରୋହିତ ଓ ଧାଓ୍ଵନ ଆରମ୍ଭରୁ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଏହି ଦୁଇ ଯୋଡି ୨.୪ ଓଭରରେ ୩୨ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ୩୨ ରନ ସ୍କୋରରେ ଭାରତକୁ ଧାଓ୍ଵନ(୧୦)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା।  ସେହି ୩୨ ରନ ସ୍କୋରରେ ଦଳ ରୈନା(୦)ଙ୍କ ଓ୍ଵିକେଟ୍ ହରାଇଥିଲା।  

୩୨ ରନରେ ୨ ଓ୍ଵିକେଟ୍ ହରାଇବା ପରେ ରୋହିତ ଓ ଲୋକେଶ ରାହୁଲ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୬୧ ରନ ଯୋଡି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ୮୩ ରନ ସ୍କୋରରେ ଲୋକେଶ ରାହୁଲ  ୧୪ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ମାରି ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ୯୮ ରନ ସ୍କୋରରେ ରୋହିତ ଆଉଟ୍ ହେବା ଭାରତକୁ ଜୋରଦାର ଝଟକା ଲାଗିଥିଲା।

ଗତ ମ୍ୟାଚର ହିରୋ ରୋହିତ ଶର୍ମା ଏହି ମ୍ୟାଚରେ ମଧ୍ୟ ୪୨ ବଲରୁ ୪ ଚୌକା ଓ ୩ ଛକା ବଳରେ  ୫୬ ରନର ମହତ୍ଵପୂର୍ଣ୍ଣ  ପାଳି ଖେଳିଥିଲେ। ଏହା ସହିତ ରୋହିତ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୩ ତମ ଅର୍ଦ୍ଧଶତକ ହାସଲ  କରିଥିଲେ। ରୋହିତଙ୍କ ଆଉଟ୍ ପରେ ଭାରତର ରନ ଗତି ହ୍ରାସ ପାଇଥିଲା ଏବଂ ଦଳ ଉପରେ ପରାଜୟର ବାଦଲ ଛାଇଥିଲା।  ୧୩୩ ରନ ସ୍କୋରରେ ମନୀଷ ପାଣ୍ଡେ  ୨୮ ରନର ଉପଯୋଗୀ ପାଳି ଖେଳିଛନ୍ତି।