ନିଯୁକ୍ତିରେ ସଂସ୍କାର : ଦେବାକୁ ପଡ଼ିବ ପ୍ରତିଯୋଗିତା ମୂଳକ ପରୀକ୍ଷା

0
950
Pradipta-Kumar-Mohapatra
Pradipta-Kumar-Mohapatra
ଭୁବନେଶ୍ୱର :ଏଣିକି ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଁ ଶିକ୍ଷକମାନଙ୍କୁ ଦେବାକୁ ପଡ଼ିବ ପ୍ରତିଯୋଗିତା ମୂଳକ ପରୀକ୍ଷା । ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ ଯେଉଁ ଫଳାଫଳ ଆସିବ ତାହାକୁ ଆଧାର କରି ନିଯୁକ୍ତି ମିଳିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
 ଶିକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାର ଆଣିଛନ୍ତି ନୂତନ ସଂସ୍କାର । ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ସରକାର ନେଇ ନୂତନ ପଦକ୍ଷେପ । ଏଣିକି ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଁ ଶିକ୍ଷକମାନଙ୍କୁ ଦେବାକୁ ପଡ଼ିବ ପ୍ରତିଯୋଗିତା ମୂଳକ ପରୀକ୍ଷା । ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ ଯେଉଁ ଫଳାଫଳ ଆସିବ ତାହାକୁ ଆଧାର କରି ନିଯୁକ୍ତି ମିଳିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।  ଏଣିକି ଛାତ୍ର ଓ ଶିକ୍ଷକ ଅନୁପାତ ୧୦:୧ ରଖିବା ପାଇଁ ନିଷ୍ପତି ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମୋଟ 15ଟି ସଂସ୍କାର ଅଣାଯିବ । ରାଜ୍ୟର ପ୍ରତି ୧୦୦ ମିଟର ବ୍ୟବଧାନରେ ଥିବା ସ୍କୁଲ ଗୁଡ଼ିକୁ ମିଶାଯିବ । ରାଜ୍ୟର ପ୍ରତି ୧୦୦ ମିଟର ବ୍ୟବଧାନରେ ପ୍ରାୟ ୪୨୦୦ଟି ସ୍କୁଲ ରହିଥିବାବେଳେ ଏହାକୁ ମିଶାଇ ୨୦୦୦ କରାଯିବ । ଏହା ସହିତ ୧୪ ଟି ନିର୍ଦ୍ଦେଶାଳୟକୁ ମିଶାଇ ୩ଟି ନିର୍ଦ୍ଦେଶାଳୟ କରାଯିବ । ବଳକା ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନଶିକ୍ଷକ ମନଙ୍କୁ ଶିକ୍ଷକ ନଥିବା ସ୍କୁଲକୁ ସ୍ଥାନାନ୍ତର କରାଯିବ । ବିଭିନ୍ନ ଷ୍ଟାଫ୍ ସିଲେକସନ୍ ମାଧ୍ୟମରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରାଯିବ । ସେହିପରି ଟିଜିଟି ମାନଙ୍କୁ ଓପିଏସସି ମାଧ୍ୟମରେ ନିଯୁକ୍ତି ଦିଆଯିବ । ଗୁଣାତ୍ମକ ଶିକ୍ଷା ପାଇଁ ୧ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରାଯିବ ।

ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୩ ଟି ଯୋଜନା ଉଜ୍ଜଳା, ଉତଥାନ୍ ଓ ଉତ୍କର୍ଷ ଉପରେ ଗୁରୁତ୍ୱ ଦେବା ପାଇଁ ସ୍ଥିର ହୋଇଛି । ଉଜ୍ଜଳା ଯୋଜନାରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ରହିବ । ଓଡିଆ, ଗଣିତ ଓ ଇଂରାଜୀ ବିଷୟ ଉପରେ ଗୁରୁତ୍ୱ ଦିଆଯିବ । ଉତଥାନ ଯୋଜନା ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ । ଓଡିଆ, ଗଣିତ, ବିଜ୍ଞାନ, ଇଂରାଜୀ ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ୯ମରୁ ୧୦ମ ପର୍ଯ୍ୟନ୍ତ ଉକ୍ରର୍ଷ ଯୋଜନାରେ ଓଡିଆ, ବିଜ୍ଞାନ, ଗଣିତ, ଇଂରାଜୀ ବିଷୟ ଉପରେ ଗୁରୁତ୍ୱ ଦିଆଯିବ ।

ଏଣିକି ଶିକ୍ଷକ ମାନଙ୍କ ବଦଳିକୁ ଅନଲାଇନ୍ କରାଯିବ । ଶିକ୍ଷକ ମାନେ ଅନଲାଇନ୍ ରେ ଆବେଦନ କରିପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ୬୪ ହଜାର ମାମଲା ବିଭିନ୍ନ କୋର୍ଟରେ ବିଚାରଧୀନ ରହିଛି । ଏଗୁଡିକର ସମାଧାନ ପାଇଁ ଇଂଟର ଲିଟିଗେସନ୍ ମ୍ୟାନେଜମେଂଟ ସିଷ୍ଟମ୍ ପ୍ରଚଳନ କରାଯିବ ।

ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ଏହି ବିଭାଗରେ ୧୪ଟି ନିର୍ଦ୍ଦେଶକ ପଦବୀ ରହିଛି । ଏହାକୁ ୭କୁ ହ୍ରାସ କରିବାକୁ ସ୍ଥିର ହୋଇଛି । ଜିଲ୍ଲାସ୍ତରରେ ଥିବା ଡିଇଓ ଓ ଡିପିସି କୁ ମିଶ୍ରଣ କରାଯିବ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ଓପେପା ଏବଂ ରାମସାକୁ ମଧ୍ୟ ମିଶାଯାଇ ଓସେପା କରାଯିବ ବୋଲି ସେ କହିଛନ୍ତି ।