ଆଜି ରାଜ୍ୟ ସ୍ତରୀୟ ସମାରୋହ ଆରମ୍ଭ ହୋଇଛି । ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହା ସହିତ ଶ୍ରମିକ ପାଇଁ ସହାୟତା ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ୩ ବର୍ଷରୁ କମାଇ ୧ ବର୍ଷ କରାଯାଇଛି ଓ ଏସ୍ଇସିସିୀ ସର୍ତକୁ କୋହଳ କରାଯାଇଛି । ପ୍ରତୋକ ଜିଲ୍ଲା ଶ୍ରମ କାର୍ୟ୍ୟାଳୟରେ ବିଶ୍ରାମସ୍ଥଳ, ପିଇବାପାଣି, ପଙ୍ଖା ଓ ଶୌଚାଳୟର ବ୍ୟବସ୍ଥା କରାଯିବ । ଶ୍ରମିକଙ୍କ ପିଲାମାନେ ବୈଷୟିକ ଶିକ୍ଷା ପାଇଁ ଆଇଟିଆଇ ଓ ଡିପ୍ଲୋମା କଲେଜରେ ପାଠପଢ଼ା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ପୋର୍ଟାଲରେ ଅନ୍ଲାଇନ୍ରେ ଆବେଦନ କରିପାରିବେ ।
ସେହିପରି ଶିକ୍ଷାବୃତି, ବିବାହ, ପ୍ରସୂତି, ସାଇକେଲ, ନିରାପତା ଉପକରଣ, ମୃତ୍ୟୁକାଳୀନ ଅନ୍ତ୍ୟେଷ୍ଟିକ୍ରିୟା, ଦକ୍ଷତା ଅଭିବୃଦ୍ଧି, ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ଆଦି ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଏହି ସମାରୋହରେ ଅନ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ ।