ନିଲାମ ହେବ ମହାପ୍ରଭୁଙ୍କ ଦାନ ବସ୍ତ୍ର

0
830
sri-jagannath-temple1
sri-jagannath-temple1

ପୁରୀ : ଦାନ ସୂତ୍ରରେ ଶ୍ରୀଜୀଉଙ୍କୁ ମିଳୁଥିବା ବସ୍ତ୍ର ରଖିବା ପାଇଁ ଶ୍ରୀମନ୍ଦିରରେ ଗୃହରେ ସ୍ଥାନାଭାବ ଯୋଗୁ ଦାନ ବସ୍ତ୍ର ନିଲାମୀ ହେବ । ଏ ନେଇ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି ।
ମହାପ୍ରଭୁଙ୍କ ଦାନ ବସ୍ତ୍ର ନିଲାମୀ ହେବ । ଭକ୍ତମାନେ ମହାପ୍ରଭୁଙ୍କ ବସ୍ତ୍ର କିଣି ପାରିବେ । ଦାନ ସୂତ୍ରରେ ଶ୍ରୀଜୀଉଙ୍କୁ ମିଳୁଥିବା ବସ୍ତ୍ର ରଖିବା ପାଇଁ ଶ୍ରୀମନ୍ଦିରରେ ଗୃହରେ ସ୍ଥାନାଭାବ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏ ନେଇ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି । ଭକ୍ତମାନେ ହୁଣ୍ଡିରେ ମହାପ୍ରଭୁଙ୍କ ପାଇଁ ବହୁ ମୂଲ୍ୟବାନ ବସ୍ତ୍ର ଦାନ କରୁଛନ୍ତି । କିଏ ଖଣ୍ଡୁଆ ପାଟ ଦେଉଛି ତ କିଏ ଦେଉଛି ଆଉ ଅନ୍ୟ ପ୍ରକାରର ମୂଲ୍ୟବାନ ଲୁଗା । ଏଥିରୁ କିଛି ମହାପ୍ରଭୁଙ୍କୁ ଲାଗି କରାଯାଇଛି । ଅଧିକାଂଶ ବସ୍ତ୍ର ସ୍ୱତନ୍ତ୍ର ଗୃହରେ ସାଇତା ରଖାଯାଉଛି । ବର୍ଷ ବର୍ଷ ଗଚ୍ଛିତ ରହୁଥିବା ଲୁଗାପଟା ପରିମାଣ ବଢି ଯାଇଥିବାରୁ ସ୍ଥାନାଭାବ ଦେଖାଯାଇଛି । ଏହାକୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ଦାନ ବସ୍ତ୍ର ନିଲାମ କରିବାକୁ ନିଷ୍ପତ୍ତି ନେଇଛି ।

ନୀତି ବିଭାଗର ଅଫିସର ଇନଚାର୍ଯ୍ୟ, ଓଏସଡ଼ି, ଡେପୁଟି ଆଡ଼ମିନିଷ୍ଟ୍ରେସନ(ଫାଇନାନ୍ସ) ଓ ସହକାରୀ ସେଟେଲମେଣ୍ଟ ଅଧିକାରୀଙ୍କୁ ନେଇ ଚାରିଜଣିଆ କମିଟି ଗଢାଯାଇଛି । ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ନିଲାମ ସମୟରେ ସେ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।