ନୀତି ଆୟୋଗ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ହେଲେ ଜଗଦାନନ୍ଦ

0
763
jagadananda
jagadananda

ଭୁବନେଶ୍ୱର: ସମାଜସେବୀ ଜଗଦାନନ୍ଦ ହେଲେ ନୀତି ଆୟୋଗର ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ । ନୀତି ଆୟୋଗର ସିଭିଲ ସୋସାଇଟ୍ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦଙ୍କୁ ସ୍ଥାନ ମିଳିଛି । ଦେଶର ବିକାଶ ଏବଂ ଯୋଜନାର ନୀତି ନିର୍ଦ୍ଦାରଣ ପାଇଁ ନୀତି ଆୟୋଗ ହେଉଛି ସରକାରଙ୍କ ସର୍ବୋଚ୍ଚ ଉପଦେଷ୍ଟା ପ୍ରଦାନକାରୀ ସଂସ୍ଥା। ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର ପାଇଁ ଦେଶର ବଛା ବଛା ସାମାଜିକ ସଂଗଠନ ସହିତ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି କମିଟିରେ ସାମିଲ କରାଯାଇଛି । ସେମାନଙ୍କର ମତାମତ ଓ ସୁପାରିସ୍ କୁ ଆଧାର କରି ଯୋଜନା ରୂପାୟନ ହେବ । ଏହି ଷ୍ଟାଣ୍ଡିଙ୍ଗ କମିଟି ମୂଳତଃ ଯୋଜନାର ସଠିକ୍ ରୂପାୟନ, ଯୋଜନାକୁ ଲାଗୁ କରିବା ଦିଗରେ ଥିବା ଅସୁବିଧା ସବୁକୁ ଦୂର କରିବା ପାଇଁ ସରକାରଙ୍କୁ ଉପଦେଶ ଦେବେ । ବିକାଶ ଦୃଷ୍ଟିରୁ ପଛୁଆ ଥିବା ୧୧୫ଟି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଲାଗୁ କରିବା ଦିଗରେ କାମ କରିବ । ଜଗଦାନନ୍ଦ ପୂର୍ବରୁ ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ସଂଗଠନ ସିୱାଇଏସଡ଼ି ଦେଶର ଏକ ପ୍ରମୁଖ ସଂଗଠନ ଭାବେ ସୀକୃତି ଲାଭ କରିଛି ।