ନୀତି ବିଭ୍ରାଟ : ବିଧାନସଭା ଅଚଳ

0
957
assembly
assembly
ଭୁବନେଶ୍ୱର : ନୀତିକାନ୍ତିରେ ବିଭ୍ରାଟ, ଉପବାସରେ ମହାପ୍ରଭୁ । ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ବିଧାନସଭା ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ ।

ଶ୍ରୀମନ୍ଦିରରେ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଛି । ମହାପ୍ରଭୁଙ୍କୁ ଉପବାସରେ ରଖାଯାଇଛି । ତେଣୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି । ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ସଦସ୍ୟମାନେ ପୁନର୍ବାର ଆଜି ଗୃହରେ ହଙ୍ଗାମା କରିଛନ୍ତି । ଗୃହ ଚଳାଇବା ଅସମ୍ଭବ ହେବାରୁ ପ୍ରଥମେ ବାଚସ୍ପତି ଗୃହ କାର୍ୟ୍ୟକୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ସ୍ଥଗିତ ରଖିଥିଲେ । ଏହା ପରେ ପୁଣି ଥରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପୁଣି ଥରେ ଅନୁରୂପ ପରିସ୍ଥିତ ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ୧୨.୫୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଗୃହର ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଗତକାଲି ସମାନ ପ୍ରସଙ୍ଗ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ନ ଡାକିବାରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଥିଲେ ।