ନୀଳଗିରି ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଗିରଫ

0
826
rape accused in jail
rape accused in jail
ବାଲେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନିତ୍ୟଚନ୍ଦନ ଜେନାକୁ  ଆଜି ଗିରଫ କରିଛି ନୀଳଗିରି ପୋଲିସ। ଅଭିଯୁକ୍ତକୁ ପୋଲିସ ଭଦ୍ରକରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଏସପି ବି. ଯୁଗଳ କିଶୋର।
ବହୁଚର୍ଚ୍ଚିତ ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନିତ୍ୟଚନ୍ଦନ ଜେନାକୁ ଆଜି ଗିରଫ କରାଯାଇଛି। ଅଭିଯୁକ୍ତକୁ ନୀଳଗିରି ପୋଲିସ ଭଦ୍ରକରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଏସପି ବି. ଯୁଗଳ କିଶୋର। ଅଭିଯୁକ୍ତର ରାଜନୈତିକ ଲିଙ୍କ୍ ଥିବା ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି।  ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ଜିଲ୍ଲାର ବାଉଁଶବଣିଆ ଅଂଚଳରେ ଜଣେ ୪ ବର୍ଷର ନାବାଳିକାକୁ ଚକୋଲେଟ୍ ଦେଇ ନିଜ ଘରକୁ ନେଇ ପଡୋଶୀ ନିତ୍ୟଚନ୍ଦନ ଜେନା(୨୫) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତକାଲି ନାବାଳିକାର ପରିବାର ଲୋକେ ନୀଳଗିରି ଥାନାରେ ଏତଲା ଦେଇଥିଲେ। କ୍ରମେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିବା ପରେ ନୀଳଗିରି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ପକ୍ଷରୁ ୭୨/୧୮ରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ନୀଳଗିରି ପୋଲିସର ସତନ୍ତ୍ର ଟିମ୍ ଭଦ୍ରକରୁ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଅପରପକ୍ଷରେ ୧୬୪ ଧାରା ଅନୁସାରେ ପୀଡ଼ିତାର ବୟାନକୁ ମଧ୍ୟ ରେକର୍ଡ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।