ନୂଆପଡ଼ା ଏନ୍ଏସି ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ

0
968
law-court
law-court

କଟକ: ଏପ୍ରିଲରେ ହେବାକୁ ଥିବା ନୂଆପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।  ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ନୂଆପଡ଼ା ଏନ୍‌ଏସିରେ ଥିବା ୱାର୍ଡ ସରଂକ୍ଷିତ ଆବେଦନ ଉପରେ ଶୁଣାଣି କରି କୋର୍ଟ ରୋକ ଲଗାଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ଏପ୍ରିଲ ୧୨ ତାରିଖରେ ନୂଆପଡ଼ା, ହିନ୍ଦୋଳ ଓ ଅତାବିରା ଏନ୍‌ଏସିର କାର୍ୟ୍ୟକାଳ ଶେଷ ହେଉଛି । ଏଥିପାଇଁ ଆସନ୍ତା ୩ରେ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତା । ଏ ନେଇ ଗତ ୬ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ଏଥିପାଇଁ ଆସନ୍ତାକାଲି ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଥାଆନ୍ତା । ମାତ୍ର ଏହା ପୂର୍ବରୁ ନୂଆପଡ଼ାରେ ୱାର୍ଡ ସଂରକ୍ଷିତ ମାମଲାର ଶୁଣାଣୀ କରି ନିର୍ବାଚନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ଓ ଜଷ୍ଟିସ ଡ. ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । କୋର୍ଟ ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାର, ନୂଆପଡ଼ା ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।