ନୂତନ ବ୍ୟବସ୍ଥା : ଏବେ ନମ୍ବର ପ୍ଲେଟ୍ ସହିତ ମିଳିବ ଗାଡ଼ି

0
852
gadkari
gadkari

ନୂଆଦିଲ୍ଲୀ :  ଏବେ ଗାଡ଼ି କିଣିବା ପରେ ଲୋକଙ୍କୁ ଆଉ ନମ୍ବର ପ୍ଲେଟ୍ ପାଇଁ ଦୌଡ଼ା ଦୌଡ଼ି କରିବାକୁ ପଡ଼ିବ ନାହିଁ। ଗାଡ଼ି ନିର୍ମାତାକାରୀ କମ୍ପାନୀ ଖୁବ୍ ଶୀଘ୍ର ନମ୍ବର ପ୍ଲେଟ୍ ଲାଗିଥିବା ବାହାନ ବଜାରକୁ ଛାଡିବେ।  ଗାଡିର ଦାମରେ ନମ୍ବର ପ୍ଲେଟର ମୂଲ୍ୟ ମଧ୍ୟ ସାମିଲ ରହିବ। କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ  ରବିବାର ଏହି ସୂଚନା ଦେଇଛନ୍ତି।

ଏବେ ଗାଡ଼ି କିଣିବା ପରେ ଲୋକଙ୍କୁ ଆଉ ନମ୍ବର ପ୍ଲେଟ୍ ପାଇଁ ଦୌଡ଼ା ଦୌଡ଼ି କରିବାକୁ ପଡ଼ିବ ନାହିଁ। ଗାଡ଼ିର ନମ୍ବର ପ୍ଲେଟ୍ ବର୍ତ୍ତମାନ ସମୟରେ  ବିଭିନ୍ନ ରାଜ୍ୟ ଦ୍ଵାରା  ଭିନ୍ନ ଭିନ୍ନ ଏଜେନ୍ସିଠୁ କିଣା ଯାଉଛି। ଗଡକରୀ କହିଛନ୍ତି ଆମେ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଯେ, ଏବେ  ଗାଡି ନିର୍ମାତାକାରୀ କମ୍ପାନୀ ଗାଡି ବିକ୍ରି ସମୟରେ ଗାଡିରେ ନମ୍ବର ପ୍ଲେଟ୍ ଲଗାଇ କି ଦେବେ ଏବଂ ନମ୍ବର ପ୍ଲେଟରେ ଅକ୍ଷର ଲେଖିବାର କାମ ପରେ ମେସିନ ଜରିଆରେ କରାଯିବ। ପ୍ଲେଟର ମୂଲ୍ୟ କାରର ମୂଲ୍ୟ ସହିତ ସାମିଲ ରହିବ। ଏହି ପଦକ୍ଷେପ ପରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ଵସ୍ତି ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।  ସେ କହିଛନ୍ତି ରାଜ୍ୟ ଦ୍ଵାରା କିଣା ଯାଉଥିବା ନମ୍ବର ପ୍ଲେଟର ମୂଲ୍ୟ ୮୦୦ ରୁ ୪୦ ହଜାର ଟଙ୍କା ପର୍ୟ୍ୟନ୍ତ ରହିଥାଏ।  ଏବେ ନମ୍ବର ପ୍ଲେଟ୍ କି ଲାଇସେନ୍ସ ପ୍ଲେଟ୍ ସମ୍ବନ୍ଧିତ ରାଜ୍ୟର ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ପରିବହନ କାର୍ୟ୍ୟାଳୟ(ଆରଟିଓ) ଦ୍ଵାରା ଜାରି କରାଯାଇଥାଏ। ଗାଡି ସହିତ ନମ୍ବର ପ୍ଲେଟ୍ ଲଗାଯିବା ବ୍ୟତୀତ ସରକାର  ସୁରକ୍ଷାକୁ ନେଇ ଅନେକ ପଦକ୍ଷେପ ନେବେ ବୋଲି ଗଡକରୀ କହିଛନ୍ତି।  ଗଡକରୀ କହିଛନ୍ତି ବର୍ତ୍ତମାନ ସମୟରେ ହେଉଥିବା ଅଧିକାଂସ ସଡକ ଦୁର୍ଘଟଣା ଆବଶ୍ୟକତାଠୁ ଅଧିକ ବେଗରେ ଗାଡି ଚଳାଇବା କାରଣରୁ ହେଉଛି। ତେଣୁ ଏବେ ଗାଡ଼ି ନିର୍ମାତାକାରୀ କମ୍ପାନୀ ଗାଡିରେ ଏମିତି ଆଲରାମ ଲଗାଇବେ ଯଦ୍ଵାରା ଗାଡି ୮୦ କିମିରୁ ଅଧିକ ବେଗରେ ଗତି କଲେ ଆଲାରାମ ବାଜି ଉଠିବ। ଆଲାରାମ ସେ ପର୍ୟ୍ୟନ୍ତ ବାଜୁଥିବ ଯେ ପର୍ୟ୍ୟନ୍ତ ଗାଡିର ବେଗ କମ ନ ହୋଇଛି। ଏହା ସହିତ  ଡ୍ରାଇଭରଙ୍କ ପାଇଁ ଏୟାର ବ୍ୟାଗ ଓ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ।