ନେତାଜୀଙ୍କ ବାସଭବନରେ ରାଷ୍ଟ୍ରପତି

0
952
kovind at netaji vaban at cuutck
kovind at netaji vaban at cuutck

କଟକ : ରାଷ୍ଟ୍ରପତି  ରାମନାଥ କୋବିନ୍ଦ ନେତାଜୀଙ୍କ ବାସସ୍ଥାନକୁ ଯାଇଥିଲେ । ତାଙ୍କ ଆଗରୁ ୧୩ ଜଣ ରାଷ୍ଟ୍ରପତି ମାନଙ୍କ ଭିତରୁ କେହି ଜଣେ ହେଲେ ବି ନେତାଜୀଙ୍କ ବାସସ୍ଥାନକୁ ଆସିନଥିଲେ ।

ଭାରତର ଇତିହାସରେ ଯଦି କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ବେଶି ଅବହେଳା କରାଯାଇଛି ତାହେଲେ ସେ ହେଉଛନ୍ତି ଓଡିଶାରେ ଜନ୍ମିତ କଟକର ପୁଅ ନେତାଜୀ ସୁଭାସ ବୋଷ । ନେତାଜୀଙ୍କ ଜାତୀୟତା ଏବଂ ସାହାସିକତାର ଗାଥା ସାରା ବିଶ୍ୱରେ ସେ ସମୟରେ ଚର୍ଚ୍ଚାର ବିଷୟ ଥିଲା । ନେତାଜୀ ସୁଭାଷ ବୋଷଙ୍କର ବିଷୟରେ ଗବେଷଣା କରିଥିବା ଐତିହାସିକମାନେ ଲେଖିଛନ୍ତିକି ଯଦି ସ୍ୱାଧୀନତା ବେଳେ ଭାରତର ରାଜନୀତିରେ ସୁଭାଷ ବୋଷ ଥାଆନ୍ତେ ତାହେଲେ ସେ ହିଁ ହୋଇଥାନ୍ତେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।