ନେପାଳରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

0
783
modi- in nepal
modi- in nepal

ନୂଆଦିଲ୍ଲୀ : ଶୁକ୍ରବାର ଦୁଇଦିନିଆ ଗସ୍ତରେ ନେପାଳରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେ ଦେଶର ପ୍ରାଚୀନ ଏବଂ ଐତିହାସିକ ସହର ଜନକପୁର ଯିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇଦିନିଆ ନେପାଳ ଗସ୍ତରେ ପହଂଚିଛନ୍ତି । ସେ ଦେଶର ପ୍ରାଚୀନ ଏବଂ ଐତିହାସିକ ସହର ଜନକପୁର ଯିବେ । ହିନ୍ଦୁ ଧାର୍ମିକ ମାନ୍ୟତା ଦୃଷ୍ଟିରୁ ଏ ସହର ବେଶ୍ ପରିଚିତ । ଏହା ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ବିବେଚନା କରାଯାଇଥାଏ । ମୋଦି ମାତା ସୀତାଙ୍କ ମନ୍ଦିର ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ତୃତୀୟ ନେପାଳ ଗସ୍ତ । ପ୍ରଥମେ ପଡ଼ୋଶୀ ନୀତିର ବାର୍ତ୍ତା ନେଇ ସେ ଏହି ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କାଠମାଣ୍ଡୁ ଏବଂ ମୁସ୍ତାଙ୍ଗ ଜିଲ୍ଳାର ଐତିହାସିକ ମୁକ୍ତିନାଥ ମନ୍ଦିର ମଧ୍ୟ ଯିବେ । ନେପାଳର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି । କାଠମାଣ୍ଡୁରେ ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ଭେଟିବେ ମୋଦି । ସମୃଦ୍ଧ ନେପାଳ ଏବଂ ସୁଖୀ ନେପାଳ ପାଇଁ ଭାରତର ଯୋଗଦାନ ଅବ୍ୟାହତ ରହିବ ବୋଲି ମୋଦି କହିଛନ୍ତି । ଭାରତ ଏବଂ ନେପାଳ ମଧ୍ୟରେ ପାରସ୍ପରିକ ଲାଭ ସଦଭାବନା ଏବଂ ବୁଝାମଣା ଉପରେ ଆଧ୍ୟାରିତ ଜନସହଭାଗୀ ଅଧିକ ମଜଭୂତ ହେବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି ।