ନେପାଳରେ ମୋଦି : ମୁକ୍ତିନାଥ ମନ୍ଦିରରେ କଲେ ପୂଜା

0
852
modi at muktinath temple in nepal
modi at muktinath temple in nepal

କାଠମାଣ୍ଡୁ : ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକ୍ତିନାଥ ମନ୍ଦିର ଦର୍ଶନ କରିଛନ୍ତି । ମୁକ୍ତିନାଥ ମନ୍ଦିର ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦି ପଶୁପତିନାଥ ମନ୍ଦିର ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିନିଆ ନେପାଳ ଗସ୍ତର ଦ୍ୱିତୀୟ ଦିନ ଶନିବାର ସକାଳେ ମୁସ୍ତଙ୍ଗ ଜିଲ୍ଲା ଥୋରାଙ୍ଗର ଲା ମାଉଣ୍ଟେନ ସ୍ଥିତ ମୁକ୍ତିନାଥ ମନ୍ଦିର ଦର୍ଶନ କରିଛନ୍ତି । ମୁକ୍ତିନାଥ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ ଡ୍ରମ ବଜାଇ ସ୍ଥାନୀୟ ଲୋକଙ୍କୁ ଆମୋଦିତ କରାଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିଜ ପାରମ୍ପରିକ ବାଜା ବଜାଇବାର ଦେଖିବା ପରେ ନେପାଳବାସୀ ଉତ୍ସାହିତ ହୋଇପଡ଼ିଥିଲେ । ମୁକ୍ତିନାଥ ମନ୍ଦିର ଦର୍ଶନ ପରେ ମୋଦି ପଶୁପତିନାଥ ମନ୍ଦିର ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି । ମୁକ୍ତିନାଥ ମନ୍ଦିର ସମୁଦ୍ର ପତ୍ତନ ଠାରୁ ୩୩୧୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହା ହିନ୍ଦୁମାନଙ୍କ ବିଖ୍ୟାତ ପ୍ରାଚୀନ ତୀର୍ଥସ୍ଥଳ ମଧ୍ୟରୁ ଅନ୍ୟତମ । ଗସ୍ତର ପ୍ରଥମ ଦିନ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହିତ ଜାନକୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଦୁଇନେତା ନେପାଳ ଏବଂ ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ରାମାୟଣ ସର୍କିଟର ଉଦଘାଟନ କରିଥିଲେ । ଜନକପୁର-ଅଯୋଧ୍ୟା ବସ୍ ସେବାର ଅୟମାରମ୍ଭ କରିଥିଲେ । ଜନକପୁର ସହରର ବିକାଶ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରତିଶୃତି ଦେଇଥିଲେ ମୋଦି । ପଡ଼ୋଶୀ ନେପାଳ ସହିତ ସଂପର୍କ ବୃଦ୍ଧି ଦିଗରେ ଏହି ଗସ୍ତ ଫଳପ୍ରଦ ହେବ ବୋଲି କୁହାଯାଉଛି ।