ପଂଚଦଶ ଅର୍ଥ କମିଶନଙ୍କ ସର୍ତ୍ତାବଳୀରେ ଅର୍ଥ କମିବା ଆଶଙ୍କା ଅମୂଳକ : ଧର୍ମେନ୍ଦ୍ର

0
844
union minister Dharmendra Pradhan
union minister Dharmendra Pradhan
ଭୁବନେଶ୍ୱର : ପଂଚଦଶ ଅର୍ଥ କମିଶନଙ୍କ ସର୍ତ୍ତାବଳୀରେ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଅମୂଳକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସରେ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାର ଦିଆଯିବ  ବୋଲି କେନ୍ଦ୍ର ମନ୍ତ୍ରୀ  କହିଛନ୍ତି ।
ଯେଉଁ ରାଜ୍ୟ ମାନେ ନିଜର ଟିକସ ବୃଦ୍ଧି କରାଇବାରେ ସଫଳ ହୋଇଥିବେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତ ହୋଇଥିବେ, ବିଜୁଳି ଯୋଗାଣର ମାନ ବୃଦ୍ଧି ସହ ପରିବହନ ଜନିତ କ୍ଷତି କମ କରିବାରେ ସଫଳ ହୋଇଥିବେ, ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ଅଧିକ ସ୍ୱାୟତ୍ତତା ଦେଇଥିବେ ସେମାନଙ୍କୁ ପଂଚଦଶ ଅର୍ଥ କମିଶନ ଅଧିକ ଗୁରୁତ୍ୱ ଦେବା ପାଇଁ ଟର୍ମ ଅଫ ରେଫରେନ୍ସରେ ବ୍ୟବସ୍ଥା ରହିଛି ।

 ୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାରକୁ ମାନିଲେ ଓଡିଶାକୁ କମ ଅର୍ଥ ମିଳିବ ବୋଲି  ଆଶଙ୍କାର କୌଣସି ଆଧାର ନାହିଁ  । ୨୦୧୧ ଜନଗଣନାରେ ଜନ ସଂଖ୍ୟା କମ କରିବାରେ ରାଜ୍ୟ ସରକାର ଭଲ କାମ କରିଥିଲେ ଏଥି ପାଇଁ ତାଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  ସେହିପରି ୨୦୨୨-ନ୍ୟୁ ଇଣ୍ଡିଆ ଯୋଜନାରେ ଜନତାଙ୍କ ପାଇଁ ଉଲ୍ଲେଖ୍ୟନୀୟ କାର୍ଯ୍ୟ କରିଥିବା ରାଜ୍ୟଗୁଡ଼ିକୁ ଅଧିକ ରାଶି ଦିଆଯିବ ।  ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ ରୂପାୟନ ହେଲେ ପଂଚଦଶ ଅର୍ଥ କମିଶନ ଅଧିକ ଅର୍ଥ ପ୍ରଦାନ କରିବାକୁ ଟର୍ମ ଅଫ ରେଫରେନ୍ସ କରାଯାଇଛି  ।