ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବ ୧୦୦ ହଷ୍ଟେଲ

0
922
naveen
naveen
ଭୁବନେଶ୍ୱର : ରାଜ୍ୟର ପଛୁଆବର୍ଗ ଯଥା ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ   ୧୦୦ଟି ଛାତ୍ରାବାସ ନିର୍ମାଣ କରାଯିବ। ସେଥିରେ ୧୮୫ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଛାତ୍ରାବାସ ରାଜ୍ୟର ୧୪ଟି ପ୍ରମୁଖ ଶିକ୍ଷା କେନ୍ଦ୍ର ମାନଙ୍କରେ ନିର୍ମାଣ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ଟି ଛାତ୍ରୀବାସ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟର ପଛୁଆବର୍ଗ ଯଥା ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଛାତ୍ରାବାସ ନିର୍ମାଣ କରାଯିବ। ପ୍ରତ୍ୟେକ ଛାତ୍ରାବାସରେ ୧୦୦ ଲେଖାଏଁ ଛାତ୍ରଛାତ୍ରୀ ରହିବେ। ଦେଖିବାକୁ ଗଲେ ମୋଟ ୧୦ ହଜାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହଷ୍ଟେଲ ପ୍ରତିଷ୍ଠା ହେବ। ସେଥିରେ ୧୮୫ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଛାତ୍ରାବାସ ରାଜ୍ୟର ୧୪ଟି ପ୍ରମୁଖ ଶିକ୍ଷା କେନ୍ଦ୍ର ମାନଙ୍କରେ ନିର୍ମାଣ କରାଯିବ।  ତେବେ ଯେଉଁ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କ ଆୟ ବାର୍ଷିକ ୧ ଲକ୍ଷ ଠାରୁ କମ୍ ସେମାନେ ଏହି ହଷ୍ଟେଲମାନଙ୍କରେ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ରହିପାରିବେ। ମେଧା ଭିତିରେ ଛାତ୍ରଛାତ୍ରୀ ମାନେ ଉକ୍ତ ହଷ୍ଟେଲ ଗୁଡିକରେ ରହିବାର ସୁଯୋଗ ପାଇବେ। ସରକାରୀ ଓ ଅନୁଦାନ ପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରିବା ଲାଗି ଉକ୍ତ ହଷ୍ଟେଲରେ ରହିପାରିବେ।