ପଥର ଫିଙ୍ଗାଳୀଙ୍କୁ ସେନାମୁଖ୍ୟଙ୍କ ଚେତାବନୀ

0
858
b rawat
b rawat

ନୂଆଦିଲ୍ଲୀ : ପଥର ଫିଙ୍ଗାଳୀ ସେନାର ମୁକାବିଲା କରିପାରବନି । ଯଦି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୁଏ ତେବେ ଏହାର ଜବାବ ସେନା ନିଶ୍ଚିତ ଦେବ। ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କାଶ୍ମୀରର ପଥର ଫିଙ୍ଗାଳିଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ଆତଙ୍କର ରାସ୍ତାରେ ସ୍ୱାଧୀନତା ହାସଲ କରି ହୁଏନା ବୋଲି କହିଛନ୍ତି ସେନା ମୁଖ୍ୟ । ହିଂସାର ରାସ୍ତା ଆପଣେଇ ନେଇଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ଜେନେରାଲ ରାୱତ କହିଛନ୍ତି ଯେ ସ୍ୱାଧୀନତା କଥା ଭୁଲିଯାଅ, ଏପରି କିଛି ଘଟିବାକୁ ଯାଉନି ।
ସୁରକ୍ଷାକର୍ମୀ ଓ ପର୍ଯ୍ୟଟକମାନଙ୍କ ଉପରକୁ ପଥର ବୃଷ୍ଟି କରି ସ୍ୱାଧୀନତା ଅଣାଯାଇପାରିବ ନାହିଁ । ପଥର ଫିଙ୍ଗିବା ଭଳି ଲକ୍ଷେ ଉଦ୍ୟମ କଲେ ବି ସେନାର ମୁକାବିଲା କରିପାରବନି । ଯଦି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୁଏ ତେବେ ଏହାର ଜବାବ ସେନା ନିଶ୍ଚିତ ଦେବ ବୋଲି ସେନା ମୁଖ୍ୟ ସତର୍କ କରାଇ ଦେଇଛନ୍ତି । ଯିଏ କହିଛି ବନ୍ଧୁକ ଉଠାଇଲେ ସ୍ୱାଧୀନତା ମିଳିବ, ସିଏ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ରାୱତ କହିଛନ୍ତି ।