ପଦ୍ମାବତ୍‌ ରେକର୍ଡ ଭାଙ୍ଗିଲା ‘ବାଗୀ-୨’ : ପ୍ରଥମ ସପ୍ତାହରେ ଆୟ ୧୦୦ କୋଟି

0
1206
baaghi-2
baaghi-2

ଭୁବନେଶ୍ୱର : ପ୍ରଥମ ସପ୍ତାହରେ ହିଁ ‘ବାଗୀ’ ଫିଲ୍ମ ବକ୍ସ ଅଫିସ୍ ଆୟ ୧୦୦ କୋଟିରେ ପହଞ୍ଚି ସାରିଛି। ଫକ୍ସ ଷ୍ଟାର ଷ୍ଟୁଡିଓରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଗତମାସ ୩୦ ତାରିଖରେ ମୁକ୍ତିଲାଭ କରିସାରିଛି। ପ୍ରଥମ ଦିନରେ ପଦ୍ମାବତ୍‌ ରେକର୍ଡକୁ ଭାଙ୍ଗି ଏହା ୨୫ କୋଟି ଟଙ୍କାର ଆୟ କରିଥିଲା।  ଭାରତ ସହ ୪୬ଟି ଦେଶର ୪,୧୨୫ଟି ପ୍ରେକ୍ଷାଳୟରେ ଏକସଙ୍ଗରେ ମୁକ୍ତିଲାଭ କରିଛି ‘ବାଗୀ-୨’। ୬୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି।

 

୨୦୧୬ରେ ତିଆରି ହୋଇଥିବା ପ୍ରଥମ ‘ବାଗୀ’ ଫିଲ୍ମରେ କାହାଣୀ ଅପେକ୍ଷା ଅଧିକ ଆକ୍ସନ ଦେଖିବାକୁ ମିଳିଥିଲା। ଯାହାକୁ ଦର୍ଶକ ଏତେଟା ପସନ୍ଦ କରିନଥିଲେ। ମାତ୍ର ‘ବାଗୀ-୨’ରେ ଆକ୍ସନ ସାଙ୍ଗକୁ କାହାଣୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ରିଲିଜ୍ ହୋଇଥିବା ମନଛୁଆଁ ଗୀତ ଗୁଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ଯାହାକି ହୁଏତ ସେମାନଙ୍କୁ ପିଲ୍ମ ଦେଖିବାକୁ ଆକୃଷ୍ଟ କରିଛି।