ପଦ ଛାଡ଼ିଲେ ସ୍ମିଥ ଓ ଓ୍ଵାର୍ଣ୍ଣର, ଟିମ୍ ପେନ ଅଧିନାୟକ

0
893
smith and warner
smith and warner

ନୂଆଦିଲ୍ଲୀ :   ଅଷ୍ଟ୍ରେଲିଆ ଦଳର ଅଧିନାୟକ ସ୍ମିଥ୍ ଓ ଉପ ଅଧିନାୟକ  ଓ୍ଵାର୍ଣ୍ଣର ତତ୍କାଳ ପ୍ରଭାବରୁ ନିଜର ପଦ ଛାଡ଼ି ଦେଇଛନ୍ତି। ବଲ  ଟାମ୍ପରିଂ ବିବାଦରେ ଫଶିବା ପରେ  ସ୍ମିଥ୍ ଓ ଓ୍ଵାର୍ଣ୍ଣର ନିଜର ପଦ ଛାଡ଼ି ଦେଇଛନ୍ତି।

ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ ଓ୍ଵାର୍ଣ୍ଣର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟେଷ୍ଟ  ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ ଟିମ ପେନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି।  କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ଵିଟ୍ କରି ଏହାର ସୂଚନା ଦେଇଛି।  ବଲ ଟାମ୍ପରିଂର ତାଜା ବିବାଦ ସାମ୍ନାକୁ ଆସିବା ପରେ ସ୍ମିଥ୍ ମିଡିଆରେ ବୟାନ ଦେଇଥିଲେ ଯେ  ଏହା ତାଙ୍କ ଦଳର ଗେମ୍ ପ୍ଲାନର ଏକ ଅଂଶ ଥିଲା ଏବଂ ଏଥିରେ ରଣନୀତି କରୁଥିବା ଦଳର ବରିଷ୍ଠ ଖେଳାଳି ମଧ୍ୟ ସାମିଲ ଥିଲେ। ଏହା ପରେ ଏହି ଘଟଣା ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ଚାରି ଆଡୁ ନିନ୍ଦା କରାଯାଉଛି।  ଏହି ନିନ୍ଦନୀୟ ଘଟଣାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ ଟର୍ଣ୍ଣୁବଲ ଦୁଃଖ ପ୍ରକାଶ କରି ଏହାକୁ ନିନ୍ଦନୀୟ ଦର୍ଶାଇଛନ୍ତି।  ଏହା ପରେ କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ ସ୍ପୋର୍ଟ୍ସ କମିଶନ(ଏଏସସି) ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଏଏସସି କ୍ରିକେଟ ଅଷ୍ଟ୍ରେଲିଆକୁ ନିର୍ଦ୍ଦେଶ ଦେଇଥିଲା ଯେ ସେ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାନ୍ତୁ ଏବଂ ସେହି ଖେଳାଳି ଏବଂ କୋଚିଂ ଷ୍ଟାଫ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯାଉ, ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି।   ଉଲ୍ଲେଖଯୋଗ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦଳର ଯୁବ ଓପନିଂ ବ୍ୟାଟସମ୍ୟାନ କେମରନ ବାନକ୍ରଫ୍ଟ ଏକ ଚିପ୍ ପରି ବସ୍ତୁ ଜରିଆରେ ବଲର ଆକୃତିକୁ ବିଗାଡିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଷ୍ଟିଭ ସ୍ମିଥ ଓ ବାନକ୍ରଫ୍ଟ ମିଡିଆରେ କହିଥିଲେ ଯେ ଏହା ତାଙ୍କ ଦଳର ଗେମ ପ୍ଲାନ ଥିଲା। ଯେଉଁଥିରେ ଦଳର ଅନ୍ୟ ବରିଷ୍ଠ ଖେଳାଳି ମଧ୍ୟ ସାମିଲ ଥିଲେ।  ସ୍ମିଥ୍ କହିଛନ୍ତି ଯେ ଆମର ଦଳ ଏହି ମହତ୍ଵପୂର୍ଣ୍ଣ ମ୍ୟାଚରେ ପଛୁଆ ରହିଥିଲା ଏବଂ ଦଳର ବୋଲରଙ୍କୁ  କୌଣସି ପ୍ରକାର ସାହାଯ୍ୟ ମିଳୁନଥିଲା।  ଏମିତିରେ ଆମେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ପ୍ଲାନ କରିଥିଲୁ ଯେ ବଲ ଟାମ୍ପରି କରିବା, ଯେଉଁଥିରେ ବୋଲରଙ୍କୁ  ରିଭର୍ସ ସ୍ଵିଙ୍ଗ ମିଳିବାରେ ସହାୟକ ହେବ। ଏହା ପରେ ସ୍ମିଥ ଏବଂ ଅଷ୍ଟ୍ରେଲିଆ ଦଳକୁ ସବୁ ଦିଗରୁ ନିନ୍ଦା କରାଯାଉଛି।