ପରିବହନ ମନ୍ତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ

0
793
Transport-minister nrusingh sahoo
Transport-minister nrusingh sahoo
ଭୁବନେଶ୍ୱର : ପରିବହନ ମନ୍ତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମନ୍ତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ସ୍ଥାନୀୟ ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।
ରାଜ୍ୟ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ଢେଙ୍କାନାଳ ଗସ୍ତରେ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ତାଙ୍କ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶ୍ରୀ ସାହୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ମନ୍ତ୍ରୀ ଶ୍ରୀ ସାହୁ ନିଜ କାରରେ ଢେଙ୍କାନାଳ ଯିବା ସମୟରେ ଚୌଦ୍ୱାର ଡିହି ସାହି ଛକରେ ଏକ ଟ୍ରକ ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ତେବେ ଏହି ଦୁର୍ଘଟଣାରେ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।