ପଲିଟେକନିକରେ ନାମଲେଖା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ

0
1004
naveen
naveen
ଭୁବନେଶ୍ୱର : ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସରକାରୀ ପଲିଟେକନିକରେ ନାମଲେଖାକୁ ବାରଣ ନିଷ୍ପତି ଉପରେ ପୁଣି ଥରେ ବିଚାର କରାଯାଉ । ୨୦୧୮-୧୯ ବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
 ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସରକାରୀ ପଲିଟେକନିକରେ ନାମଲେଖାକୁ ବାରଣ ପ୍ରସଙ୍ଗର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଏହି ଅନୁରୋଧ କରିଛନ୍ତି । ସେ ଏହି ପତ୍ରରେ ଲେଖିଛନ୍ତି ଯେ ଏଆଇସିଟିଇର ଏହି ନିଷ୍ପତି ଉପରେ ପୁଣି ଥରେ ବିଚାର କରାଯାଉ । ୨୦୧୮-୧୯ ବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ କହିଛନ୍ତି । ଏହି ଦୁଇ ଶିକ୍ଷା ଅନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛିା ଉଲ୍ଲେଖନୀୟ ଯେ ନିୟମିତ ଅଧ୍ୟାପକ ଅଭାବ ଦର୍ଶାଇ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ପଲିଟେକନିକରେ ଆଡିମିଶନକୁ ଏଆଇସିଟିଇ ବାରଣ କରିଛି ।