ପଳାଶୁଣୀ ହତ୍ୟାକାଣ୍ଡ : ହାଡ଼ିଆ ଗିରଫ

0
893
criminal hadibandhu
criminal hadibandhu

ଭୁବନେଶ୍ୱର : ପଳାଶୁଣୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ହାଡିବନ୍ଧୁକୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । ତ। ସହ ବ୍ୟବହୃତ ଛୁରୀ ଓ ବାଇକ ଜବତ ହୋଇଥିବା ନେଇ ପୋଲିସ କମିଶନର ୱାଇ. ବି. ଖୁରାନିଆ ସୂଚନା ଦେଇଛନ୍ତି ।
ପଳାଶୁଣୀ ମଦ ଦୋକାନ ଆଗରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । ହତ୍ୟାକାଣ୍ଡ ଅପରାହ୍ନ ୩ ଟାରେ ହୋଇଥିବାବେଳେ ସାମ୍ନାରେ ଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇ ରହି ଯାଇଥିଲା । ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ହାଡିବନ୍ଧୁକୁ ଗିରଫ କରିବାରେ ସଫଳ ହୋଇପାରିଛି । ହାଡିବନ୍ଧୁଙ୍କର ଗୋଟିଏ ମଦ ଦୋକାନ ରହିଥିବାବେଳେ ସେଠାରେ ସେ ଚୋରା ମଦ କାରବାର କରୁଥିଲେ । ମଦ ଚୋରା କାରବାରରେ ପୂର୍ବରୁ ସେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ରହିଛି । ବହୁ ଅପରାଧୀକ ମାମଲାରେ ସେ ସଂପୃକ୍ତ ରହିଥିବା ଜଣାପଡିଛି ।

ଗତକାଲି ପଳାଶୁଣୀରେ ଥିବା ବିଦେଶୀ ମଦ ଦୋକାନର ମାଲିକ ଧୋବା ବେହେରା ଓରଫ ସଂଜୟ ବେହେରାଙ୍କୁ ଛୁରୀ ଭୂସି ହାଡିବନ୍ଧୁ ହତ୍ୟା କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ସୁଯୋଗ ଖୋଜୁଥିବା ହାଡିବନ୍ଧୁ ଏକାକୀ ଥିବାବେଳେ ଧୋବାଙ୍କୁ ହତ୍ୟା କରିଥିଲା । ପୂର୍ବରୁ ଫେବୃଆରୀ ୨୮ରେ ଅନ୍ୟ ଏକ ହତ୍ୟାକାଣ୍ଡ ଓ ବୋମାମାଡ ହାଡିବନ୍ଧୁ ଘଟାଇଥିବାବେଳେ ପୁଣି ଏକ ହତ୍ୟାକାଣ୍ଡ କରିଛି ।