ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ

0
643
swerege takes life
swerege takes life
ନୂଆପଡ଼ା :  ବରଗଡ଼ ଜିଲ୍ଲାର ପାଇକମାଳ ଅଂଚଳରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନୁଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦୁଇଜଣଙ୍କ ଜୀବନ ଯାଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଆଜି ବରଗଡ଼ ଜିଲ୍ଲାର ପାଇକମାଳ ଅଂଚଳରେ ଘଟିଛି । ପାଇକମ।।ଳ ଥାନା ମାଣ୍ଡୋସିଲ ହରିଜନ ସାହିରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନୁଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ମାଣ୍ଡେସିଲା ହରିଜନ ସାହିରେ ପାଇଖାନା ଟାଙ୍କିର ସ୍ଲାବ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ମାଣ୍ଡେସିଲା ଗାଁର କରୁଣାକର ପଟେଲ ଓ ମଦନ ବରିହା ନାମକ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।