ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ :୫ ମୃତ

0
839
firing at poonch sector
firing at poonch sector

ଶ୍ରୀନଗର: କାଶ୍ମୀରର ପୁଞ୍ଛ ଇଲାକାର ବାଲାକୋଟ ସେକ୍ଟରରେ ପାକିସ୍ତାନ ଦ୍ଵାରା ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି। ଏହି ଘଟଣାରେ ଏ ପର୍ୟ୍ୟନ୍ତ  ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ପକ୍ଷରୁ ଅସ୍ତ୍ର  ବିରତି ଉଲ୍ଲଂଘନ ଘଟଣା ଜାରି ରହିଛି।  ଏହି କ୍ରମରେ ରବିବାର କାଶ୍ମୀରର ପୁଞ୍ଛ ଇଲାକାର ବାଲାକୋଟ ସେକ୍ଟରରେ ପାକିସ୍ତାନ ଦ୍ଵାରା ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି। ଏହି ଘଟଣାରେ ଏ ପର୍ୟ୍ୟନ୍ତ  ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମରିଥିବା ୫ ଜଣ ଲୋକ ଗୋଟିଏ ପରିବାରର ହୋଇଥିବା କୁହାଯାଉଛି। ସୁରକ୍ଷା ବଳ ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାମ୍ମୁର ଆଇଜି ଏସଡି ସିଂହ ଜାମଓ୍ଵାନ କହିଛନ୍ତି ଯେ, ଦେବତା ଗାଁରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଆମେ ସ୍ଥିତି ସମୀକ୍ଷା କରୁଛି। ଆମର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଛି। ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଜାଗାକୁ ପଠାଇବା ପାଇଁ ହେଲିକପ୍ଟର ପଠାଯାଇଛି। ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ମୃତକଙ୍କ ମଧ୍ୟରେ ମହମ୍ମଦ ରମଜାନ, ତାଙ୍କର ପତ୍ନୀ ଓ ୩ ଜଣ ଶିଶୁ ଏବଂ ଆତହ ୨ ଶିଶୁ ମଧ୍ୟ ଗୋଟିଏ ପରିବାରର ଅଟନ୍ତି।