ପାଣିପାଗ : ୧୨ଟି ଜିଲ୍ଲାରେ କାଳବୈଶାଖୀ

0
827
thunder shower
thunder shower
ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ଆଜି କାଳବୈଶାଖୀ   ହେବା ନେଇ ଭୁବନେଶ୍ୱର ଆଂଚଳିକ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ହେବାନେଇ ସଂଭାବନା ରହିଛି । ଅପରାହ୍ନ ୪ଟା ରୁ ସାଢେ ୬ଟା ମଧ୍ୟରେ ବୃଷ୍ଟିପାତ ସହ ୫୦ରୁ ୬୦ କିମି ବେଗରେ ପବନ ବହିବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, ନୂଆପଡା, ବୌଦ୍ଧ,କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ସମ୍ବଲପୁର, କେନ୍ଦୁଝର ଏବଂ ମୟୁରଭଞ ଇତ୍ୟାଦି ଜିଲ୍ଲାରେ କାଳବୈଶାଖୀ ହେବାନେଇ ଯଥେଷ୍ଟ ସଂଭାବନା ରହିଛି । କାଳବୈଶାଖୀ ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।