ପାରା ଟପିଲା ୪୦ ଡିଗ୍ରି

0
925
heat wave
heat wave

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଗରମ ଅନୁଭୂତ ହୋଇଛି। ରାଜରେ ପ୍ରଥମ ଥର ପାଇଁ ଏବର୍ଷ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି।

ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଗରମ ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ବୁଧବାର ତାପମାତ୍ରା ୩୯.୪ ଡିଗ୍ରି ଥିବା ବେଳେ କଟକର ତାପମାତ୍ରା ୩୭.୮ ଡିଗ୍ରି ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ୪୦.୩ ଡିଗ୍ରି, ତାଳଚେର ୩୯.୯ ଡିଗ୍ରି ଓ ଅନୁଗୁଳରେ ୩୯.୭ ଡିଗ୍ରିରେ ପହଞ୍ଚିଛି।