ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଅଭିଯୁକ୍ତର ନାଁ ସ୍ପଷ୍ଟ କରୁନି ପୋଲିସ

0
927
balangir boma bisporana
balangir boma bisporana

କଟକ : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ସୁରାକ ପାଇଛି ପୋଲିସ । ଘଟଣା ପଛରେ ପ୍ରେମ ଜନିତ ପ୍ରତିଶୋଧ ରହିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି । ରାୟପୁର ଲିଙ୍କ ଓ ବାଙ୍ଗାଲୁର ଲିଙ୍କ୍ କୁ ନେଇ ପୋଲିସ ତନାଘନା କରୁଥିବାବେଳେ ମୃତ ସୌମ୍ୟଶେଖରଙ୍କ ବ୍ୟବହୃତ ଲ୍ୟାପଟପ୍ ଜବତ କରି ଅଣାଯାଇଛି । କଟକ ଏସସିବିରେ ଚିକିତ୍ସାଧୀନ ନବ ବିବାହିତା ରୀମାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କ ବୟାନ ରେକର୍ଡ଼ କରାଯାଇଛି ।

ବିସ୍ଫୋରଣ ଘଟଣାରେ ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ଜେଜେ ମାଙ୍କ ମୃତ୍ୟୁ ଘଟିଥିଲା। ବହୁ ତନାଘନା ପରେ ପୋଲିସ ଅଭିଯୁକ୍ତର ଚିହ୍ନଟ କରିଥିଲା, କିନ୍ତୁ  ଏଥିରେ ପୋଲିସ ବିଶେଷ ସଫଳ ହୋଇପାରିନଥିଲା। କିନ୍ତୁ ପୋଲିସ ହାତରେ ଏହି ସଙ୍ଗୀନ ମାମଲାର ସୁରାକ ମିଳିଛି। ପୋଲିସ ଅଭିଯୁକ୍ତର ନାଁ ସ୍ପଷ୍ଟ କରିବାକୁ ମନା କରିଛି। ବେଙ୍ଗଲୁରୁ ଓ ରାୟପୁରରୁ ସୁରାକ ପାଇଥିବା ପୋଲିସ ସୂଚନା ଦେଇଛି। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କାକୁ ନେଇ ପୋଲିସ ଅଧିକ ତଥ୍ୟ ଦେବାକୁ ମନା କରିଛି। ଅନ୍ୟ ପଟେ ପାଟଣାଗଡ଼ ପୋଲିସ ଗୋଟିଏ ଟିମ୍ କଟକର ଏସସିବି ମେଡିକାଲରେ ଚିକିତ୍ସାଧିନ ବୋହୂ ରୀନାରାଣୀ ସାହୁଙ୍କ ବୟାନ ରେକର୍ଡ କରିଛି। ସାକ୍ଷୀବିଧି ଧାରା ୩୨ ଅନୁଯାୟୀ ପୋଲିସ ବୟାନ ରେକର୍ଡ କରିଛି। ଏହା ପରେ ପୋଲିସ ତଦନ୍ତକୁ ଆଉ ଟିକେ ତ୍ଵରାନ୍ଵିତ କରିଛି। ଉଲ୍ଲେଖଯୋଗ୍ୟ ବୋହୂ ରୀତାରାଣୀ ଏସସିବିର ପ୍ଲାଷ୍ଟିକ ସର୍ଜରୀ ଓ୍ଵାର୍ଡରେ ଚିକିତ୍ସାଧୀନ ଅଛନ୍ତି।

parcel boma bisporana

ସୋମ୍ୟଙ୍କ ହାର୍ଡ଼ଡ଼ିସ୍କ ଯାଂଚ ପରେ ସାମ୍ନାକୁ ଆସିବ ଅନେକ ତଥ୍ୟ

ଏହି ଘଟଣାରେ ପୋଲିସ ବୌଦ୍ଧ ଘଣ୍ଟପଡ଼ା ଅଂଚଳର ଜଣେ ଯୁବକଙ୍କୁ ଟିଟିଲାଗଡ଼ରୁ ଧରିଆଣିବା ସହ ଅନ୍ୟ ଜଣେ ଯୁବକଙ୍କୁ ଦୀର୍ଘ ୩ ଦିନ ହେଲା ଏକ ଅଜଣା ସ୍ଥାନରେ ପଚରାଉଚୁରା କରୁଥିବା କୁହାଯାଇଛି । ସୌମ୍ୟଙ୍କ ହାର୍ଡ଼ଡ଼ିସ୍କ ଯାଂଚ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶାବାନ୍ଧି ବସିଛି । ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି ଘଟଣାରେ ସୁରାକ ମିିଳିଛି ଓ ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିବା ପରେ ପୁଣି ଥରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅପରାଧୀ ସୌମ୍ୟଶେଖରଙ୍କ ଶତ୍ରୁ ନା ରୀମାଙ୍କ ଶତ୍ରୁ ତାକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । ପୋଲିସ ରାୟପୁର ଓ ବାଙ୍ଗାଲୁର ଲିଙ୍କ୍ କୁ ନେଇ ତଦନ୍ତ କରିବା ସହ ଘଣ୍ଟାପଡ଼ା ଲିଙ୍କ୍ କୁ ଅଧିକ ଗୁରୁତ୍ୱ ଦେଉଥିବା ନେଇ ଆଲୋଚନା ହେଉଛି ।